32.1 C
Bhubaneswar
Saturday, October 19, 2024
Homeଓଡିଶାତିନିଦିନ ହେଲା ଉପାସରେ ଲିଙ୍ଗରାଜ: ଆଜି ସ୍ୱତନ୍ତ୍ର ବୈଠକରେ ସମାଧାନ ନ ହେଲେ ଗ୍ରହଣ କରାଯିବ...

ତିନିଦିନ ହେଲା ଉପାସରେ ଲିଙ୍ଗରାଜ: ଆଜି ସ୍ୱତନ୍ତ୍ର ବୈଠକରେ ସମାଧାନ ନ ହେଲେ ଗ୍ରହଣ କରାଯିବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ୱର : ତିନି ଦିନ ହୋଇଗଲଣି । ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପାସରେ । ନା ହେଉଛି ନୀତିକାନ୍ତି ନା ଭୋଗଲାଗି । ସେବାୟତ ବିବାଦକୁ ନେଇ ବନ୍ଦ ରହିଛି ମହାପ୍ରଭୁଙ୍କ ସେବା । ଆଜି ବସିବ ସେବାୟତ-ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବୈଠକ । ବୈଠକରେ ଆଲୋଚନା ପରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି । ଯଦି ସମାଧାନ ନ ବାହାରିଲା ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ଆଲୋଚନା କରି ବିବାଦ ତୁଟାଇବା ପାଇଁ ଅତିରିକ୍ତ ଦେବୋତ୍ତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ କୌଣସି ପକ୍ଷ ରାଜି ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ଏଥିସହ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ କହିଛନ୍ତି ଅତିରିକ୍ତ ଦେବୋତ୍ତର କମିଶନର । ସୂଚନା ଥାଉ କି, ଏକ ଦୋକାନ ଘର ନିର୍ମାଣକୁ ନେଇ ବଡୁ ନିଯୋଗ ଏବଂ ବ୍ରାହ୍ମଣ,ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଲାଗିଛି । ଏହାକୁ ନେଇ ଲିଙ୍ଗରାଜଙ୍କ ସେବା ବନ୍ଦ କରି ଦେଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଏପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା ଖୋଲା ରହିଛି । ମହାପ୍ରଭୁଙ୍କୁ ଉପାସରେ ଦେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏହାକୁ ନେଇ ସେବାୟତଙ୍କ ଉପରେ ବର୍ଷିଛନ୍ତି । କଥା କଥାକେ ଏପରି ପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିବା ଠିକ ନୁହେଁ ବୋଲି କହିଛନ୍ତି । ଅନ୍ୟପକ୍ଷେ ସରକାର ଏହାର ସମାଧାନ କରୁ ନ ଥିବାରୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking