27.1 C
Bhubaneswar
Saturday, October 19, 2024
Homeଓଡିଶାଦିନକ ପରେ ଆରମ୍ଭ ହେବ କାର୍ତ୍ତିକ ମାସ, ଆଜି ଆମିଷ ବଜାରରେ ଜମିଲାଣି ଭିଡ

ଦିନକ ପରେ ଆରମ୍ଭ ହେବ କାର୍ତ୍ତିକ ମାସ, ଆଜି ଆମିଷ ବଜାରରେ ଜମିଲାଣି ଭିଡ

ଭୁବନେଶ୍ୱର : ଦଶହରା ସରିଲା, ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ମାସେ ଧରି ଆମିଷ ଛାଡିବେ ଲୋକ। ତେଣୁ ଆଜି ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଭିଡ଼। କାର୍ତ୍ତିକ ପରେ ତ ଛାଡ଼ଖାଇ ହୁଏ । ହେଲେ ଲାଗୁଛି ଇଏ କାର୍ତ୍ତିକ ପୂର୍ବର ଛାଡ଼ଖାଇ। ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମୁଛି । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଖଚାଖଚ ଭିଡ଼ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି । କାର୍ତିକ ମାସ ଆରମ୍ଭ ହେଉଥିବାରୁ ପ୍ରାୟ ଅନେକ ଲୋକଙ୍କ ଘରେ ମାସେ କାଳ ଆମିଷ ପଶିବନି । ଆଜି ଆମିଷ ଖାଇବାର ଶେଷ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଘରକୁ ଆମିଷ କିଣିନେବାକୁ ରୁଚି ରହିଛି । ଆଜି ଭୁବନେଶ୍ୱର ମାଛ ବଜାରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀ ସଜେଇ ରଖିଛନ୍ତି ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଚିକେନ୍ ଓ ମାଂସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking