29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଜସ୍ଥାନ ବିଧାନସଭା ନିର୍ବାଚନ; କଂଗ୍ରେସର ତୃତୀୟ ତାଲିକାରେ ୧୯ ପ୍ରାର୍ଥୀ

ରାଜସ୍ଥାନ ବିଧାନସଭା ନିର୍ବାଚନ; କଂଗ୍ରେସର ତୃତୀୟ ତାଲିକାରେ ୧୯ ପ୍ରାର୍ଥୀ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗୁରୁବାର ପ୍ରାର୍ଥୀଙ୍କ ତୃତୀୟ ତାଲିକା ଜାରୀ କରିଛି । ଏହି ତାଲିକାରେ ଜଣେ ମନ୍ତ୍ରୀ, ୧୧ ବିଧାୟକଙ୍କ ସମେତ ମୋଟ ୧୯ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଜଣେ ମହିଳା ବିଧାୟକଙ୍କ ଟିକେଟ୍ କାଟି ତାଙ୍କ ଦିଅରଙ୍କୁ ଦିଆଯାଇଛି । ପ୍ରକାଶିତ ତାଲିକା ମଧ୍ୟରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ନରେନ୍ଦ୍ର ବୁଡ଼ାନିୟା (ତାରାନଗର), ରାଜେନ୍ଦ୍ର ପାରିକ୍ (ସିକର୍‌), ରମେଶ ମୀଣା (ସପୋଟରା) ଏବଂ ହରୀଶ ମୀଣା (ଦେବଲି-ଉନିୟାରା) ଅନ୍ୟତମ । ଆଜିର ୧୯ ପ୍ରାର୍ଥୀଙ୍କ ସହିତ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୨୦୦ ଆସନ ମଧ୍ୟରୁ ୯୫ରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏହା ପୂର୍ବରୁ କଂଗ୍ରେସ ପ୍ରଥମ ତାଲିକାରେ ୩୩ ଏବଂ ଦ୍ୱିତୀୟ ତାଲିକାରେ ୪୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking