28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ୩୧ରେ ହାଜର ହେବାକୁ ମହୁଆଙ୍କୁ ସମନ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ୩୧ରେ ହାଜର ହେବାକୁ ମହୁଆଙ୍କୁ ସମନ

ନୂଆଦିଲ୍ଲୀ :  ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା (କ୍ୟାସ୍ ଫର୍ କ୍ୱେରୀ) ମାମଲାରେ ଲୋକସଭା ଏଥିକ୍ସ କମିଟି ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ସମନ କରିଛି । ଏଥିକ୍ସ କମିଟି ମୁଖ୍ୟ ବିନୋଦ କୁମାର ସୋନକର ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଆଜି ଲୋକସଭା ଏଥିକ୍ସ କମିଟିରେ ମାମଲାର ଶୁଣାଣି ହୋଇଥିଲା । ସୁପ୍ରିମ୍‌କୋର୍ଟ ଓକିଲ ଜୟ ଅନନ୍ତ ଦୋହାଦ୍ରାଇ କମିଟିରେ ହାଜର ହୋଇ ପ୍ରଶ୍ନର ଉତ୍ତର ଦେଇଥିଲେ । ଜୟ ଅନନ୍ତଙ୍କ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ କମିଟିରେ ହାଜର ହୋଇଥିଲେ । ପଚରା ଉଚରା ପରେ ସେ କହିଛନ୍ତି, ତାଙ୍କୁ ଯେବେ ବି ଡକାଯିବ କମିଟି ସାମ୍ନାରେ ହାଜର ହେବେ । ମୋତେ ଯାହା ବି ମଗାଯିବ, ସବୁ ପ୍ରମାଣ ଦେବି । ସେହିପରି ପ୍ରାର୍ଥିପତ୍ର ଦାଖଲ ବେଳେ ଜାଲ୍ ଡିଗ୍ରୀ ପ୍ରଦାନ କରିଥିବା ନେଇ ତାଙ୍କ ବିରୋଧରେ ମହୁଆ କରିଥିବା ଅଭିଯୋଗ ସମ୍ପର୍କରେ ହୋଇଥିବା ପ୍ରଶ୍ନର ଉତ୍ତର ନିଶିକାନ୍ତ କହିଛନ୍ତି, ମହୁଆ ଚୋର କି ନୁହେଁ ଏହା ହିଁ ଏକମାତ୍ର ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking