31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶ୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇଲେ ଅପରଧୀ ସଙ୍ଗଠନର ଦୁର୍ବୃତ୍ତ

୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇଲେ ଅପରଧୀ ସଙ୍ଗଠନର ଦୁର୍ବୃତ୍ତ

ନୂଆଦିଲ୍ଲୀ: ଏକ ଅପରାଧୀ ସଙ୍ଗଠନର ଅନ୍ୟତମ ମୁଖ୍ୟ ପୁଲିସ ଗୁଳି ଚୋଟରେ ନିହତ ହେବା ଯୋଗୁଁ ସୋମବାର ଦିନ ସେହି ଦଳର ଅପରାଧୀମାନେ ବ୍ରାଜିଲ୍ ଅନ୍ତର୍ଗତ ରିଓ ଡି ଜେନିରୋରେ ୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିବା କଥା ‘ଦି ଗାର୍ଡିଆନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।
ପୁଲିସ ଅଭିଯାନରେ ନିହତ ହୋଇଥିବା ଅପରାଧୀଜଣକ ହେଉଛନ୍ତି ମାଥ୍ୟୁସ୍ ଡା ସିଲ୍‌ଭା ରିଜେଣ୍ଡ୍‌। ସେ ଥିଲେ ଅପରାଧୀ ସଙ୍ଗଠନର ଅନ୍ୟତମ ‘ବସ୍‌’ ବା ମୁଖ୍ୟ ‘ଜିହ୍ନୋ’ ନାମକ ବ୍ୟକ୍ତିଙ୍କର ପୁତୁରା ତଥା ତାଙ୍କର ମୁଖ୍ୟ ସହଯୋଗୀ।
ଇଣ୍ଡଷ୍ଟ୍ରି ଗ୍ରୁପ୍ ‘ରିଓ ଓନିବସ୍‌’ କହିଛି, ପୋଡ଼ାଯାଇଥିବା ବସ୍‌ଗୁଡ଼ିକ ମଧ୍ୟରୁ ୨୦ଟି ହେଉଛି ସିଟି ବସ୍‌, ୫ଟି ସହରର ‘ରାପିଡ୍ ଟ୍ରାଞ୍ଜିଟ୍ ଫ୍ଲିଟ୍‌’ର ବସ୍‌, ଏବଂ ବାକି ସବୁ ଚାର୍ଟର୍‌ଡ୍ ଅଥବା ଟୁରିଜିମ୍ ବସ୍‌। ଏଥିଯୋଗୁଁ ସେ ଅଞ୍ଚଳରେ ଯାତ୍ରୀ ପରିବହନରେ ବ୍ୟାଘାତ ସୃଷ୍ଟି ହୋଇଥିଲା ଓ ଅନ୍ୟୂନ ୪୫ ସ୍କୁଲ୍ ବନ୍ଦ ରହିଥିଲା।
ଘଟଣା ସମୟରେ ଉତ୍ତୋଳିତ ଫୁଟେଜ୍‌ରେ ଦେଖାଯାଉଛି, ଦୁର୍ବୃତ୍ତମାନେ ଯାତ୍ରୀ ଓ ବସ୍ କର୍ମଚାରୀମାନଙ୍କୁ ବଳପୂର୍ବକ ଓହ୍ଲାଇ ଦେବା ପରେ ବସ୍‌ରେ କିଛି ତରଳ ପଦାର୍ଥ ସ୍ପ୍ରେ’ କରି ନିଆଁ ଲଗାଇ ଦେଉଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇଥିବା ରିପୋର୍ଟ ମିଳିନାହିଁ।
ମିଲ୍‌ଟାରି ପୋଲିସ୍ କହିଛି, ଏହି ଅଗ୍ନିକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ୧୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆତଙ୍କବାଦୀ କାର‌୍ୟ୍ୟକଳାପ ଅଭିଯୋଗ ଆଗତ କରାଯିବ ବୋଲି ଗଭର୍ଣ୍ଣର୍ କ୍ୟାଷ୍ଟ୍ରୋ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking