29.1 C
Bhubaneswar
Sunday, October 20, 2024
Homeଓଡିଶାଡିଜେର ପ୍ରଚଣ୍ଡ ଶବ୍ଦରେ ବୃଦ୍ଧଙ୍କୁ ହୃଦଘାତ

ଡିଜେର ପ୍ରଚଣ୍ଡ ଶବ୍ଦରେ ବୃଦ୍ଧଙ୍କୁ ହୃଦଘାତ

ଭୁବନେଶ୍ବର: ଡିଜେର ପ୍ରଚଣ୍ଡ ଶବ୍ଦରେ ବୃଦ୍ଧଙ୍କୁ ହୃଦଘାତ। ଭୁବନେଶ୍ୱର ଓଲ୍ଡ ଟାଉନରେ ଘଟିଛି ଏଭଳି ଘଟଣା । ହୃଦଘାତରେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଜୟ ରାମ ପଣ୍ଡା। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଖବର ନେବାରେ ଜଣା ପଡ଼ିଛି ବିଜୟ ରାମ ପଣ୍ଡା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ସୁକାନ୍ତ ପଣ୍ଡାଙ୍କ ବାପା।

କିଛି ଦିନ ହେବ ବିଜୟରାମ ଅସୁସ୍ଥ ଥିବା ବେଳେ ଗତକାଲି ଭସାଣି ସମୟରେ ତାଙ୍କ ଘର ଆଗରେ ପ୍ରାୟ ୩ ଘଣ୍ଟା କାଳ ଡିଜେ ବାଜିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ତାଙ୍କର ହୃଦଘାତ ହେବା ଫଳରେ ପରିବାର ଲୋକ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking