26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବଙ୍କୁ ଇଡିର ସମନ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପେପର୍‌ ଲିକ୍ ମାମଲାରେ ଇଡି କ୍ରମାଗତ ଭାବରେ ରାଜସ୍ଥାନରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଆଜି ସକାଳେ ଇଡି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଜୟପୁର ଏବଂ ସିକରସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ବର୍ତ୍ତମାନ ଇଡି ଟିମ୍ ଡୋଟାସରାଙ୍କ ଘରେ ହିଁ ଉପସ୍ଥିତ ଅଛନ୍ତି ଏବଂ ତାଙ୍କୁ ପଚରାଉଚରା କରୁଛନ୍ତି।

ଏହାରି ଭିତରେ ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇଡି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ମଧ୍ୟ ସମନ ଜାରି କରି ହାଜର ହେବାକୁ କହିଛି। ଡୋଟାସରାଙ୍କ ଘରେ ଚଢ଼ାଉ ଏବଂ ନିଜ ପୁଅ ବୈଭବକୁ ସମନ ମିଳିବା ପରେ ସିଏମ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ ‘ରାଜସ୍ଥାନରେ ଇଡି ପ୍ରତିଦିନ ରେଡ୍‌ କରୁଛି, କାରଣ, ରାଜସ୍ଥାନରେ ମହିଳାଙ୍କୁ, କୃଷକଙ୍କୁ ଏବଂ ଗରିବଙ୍କୁ କଂଗ୍ରେସ ଦ୍ୱାରା ଦିଆଯାଇଥିବା ଗ୍ୟାରେଣ୍ଟିରୁ ଲାଭ ମିଳୁ ବୋଲି ବିଜେପି ଚାହୁଁନାହିଁ’।

ସେପଟେ ଚଢ଼ାଉ ପରେ ଡୋଟାସରା ସୋସିଆଲ ମିଡିଆରେ ପୋଷ୍ଟ୍‍ କରି କହିଛନ୍ତି, ‘ସତ୍ୟମେବ ଜୟତେ’। ତେବେ ଇଡି ଚଢ଼ାଉକୁ ନେଇ ସିଏମ୍ ଗେହଲଟ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking