18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପ୍ରତି ଗାଁରେ ମୋବାଇଲ ଟାଓ୍ବାର ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରତି ଗାଁରେ ମୋବାଇଲ ଟାଓ୍ବାର ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ସମୟସୀମା ଧାର୍ଯ୍ଯ କରିଛନ୍ତି। ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍ ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଡ୍ୟାମ୍ ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇପାରନ୍ତି, କିନ୍ତୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟେଲିକମ୍ ଟାଓ୍ୱାର ସ୍ଥାପନକୁ ସେ ସବୁବେଳେ ସମର୍ଥନ କରିବେ ବୋଲି କହିଛନ୍ତି। ଅଧିକାରୀମାନେ ଜମି ନମିଳିବା ଏବଂ ଦୁର୍ଗମ ସ୍ଥାନକୁ ବିଳମ୍ବର କାରଣ ଦର୍ଶାଇବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଡ୍ୟାମ ନିର୍ମାଣକୁ ଟେଲିକମ୍ ଟାଓ୍ୱାର ସ୍ଥାପନ ସହିତ ତୁଳନା କରିଥିଲେ। ଆର୍ଥିକ ବର୍ଷ ଶେଷ ସୁଦ୍ଧା କାମ ସାରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁଜରାଟରେ ୬୬ଟି ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ମଧ୍ୟ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି। ସରକାର ମୋବାଇଲ ଫୋନ କଭରେଜରେ ସଫଳତା ହାସଲ କରିବା ପାଇଁ ବିଭିନ୍ନ ଏଜେନ୍ସିରୁ କେନ୍ଦ୍ରୀୟ ରାଇଟ୍ ଅଫ୍ ଓ୍ବେ ଅନୁମୋଦନ ପାଇଁ ଏକ ସମର୍ପିତ ଓ୍ୱେବସାଇଟ୍ “ଗତିସକ୍ତି ସଞ୍ଚାର” ନିର୍ମାଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଓ ଝାଡଖଣ୍ଡର ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପ ନିର୍ମାଣ କରିବା ସମୟରେ କେନାଲଗୁଡ଼ିକ ମଧ୍ୟ ଏକକାଳୀନ ନିର୍ମାଣ କରାଯିବାକୁ ସେ ଜଳସମ୍ପଦ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ କହିଛନ୍ତି। ଅଧିକ ଜନସଂଖ୍ଯା ଥିବା ସହରାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସମସ୍ତ ଅଂଶୀଦାରମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ସହ ଉତ୍ତମ ସମନ୍ୱୟ ପାଇଁ ଦଳ ଗଠନ କରିବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking