31.1 C
Bhubaneswar
Monday, October 21, 2024
Homeଓଡିଶାଗୋଦାମରେ ଭୁଶୁଡିଲା ସିମେଣ୍ଟ ବସ୍ତା: ୪ ଶ୍ରମିକ ଗୁରୁତର

ଗୋଦାମରେ ଭୁଶୁଡିଲା ସିମେଣ୍ଟ ବସ୍ତା: ୪ ଶ୍ରମିକ ଗୁରୁତର

ରାଉରକେଲା: ସିମେଣ୍ଟ ଗୋଦାମରେ ଅଘଟଣ । ଭୁଶୁଡିଗଲା ସିମେଣ୍ଟ ବସ୍ତା । ଯାହାଫଳରେ ଗୋଦାମରେ କାମ କରୁଥିବା ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ରାଉରରକେଲା ଆଇଡିସି ସିମେଣ୍ଟ ଗୋଦାମରେ ସୋମବାର ଦିନ ଘଟିଛି ଅଘଟଣ । ଗୋଦାମ  ଭିତରେ ସିମେଣ୍ଟ ବସ୍ତା ଥାକ ମରା ଯାଉଥିବା ବେଳେ ଭୁଶୁଡିଗଲା । ଯାହାଦ୍ୱାରା ଗୋଦାମରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । ଅଘଟଣ ପରେ ସଙ୍ଗେ ସଙ୍ଗେ ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking