28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶକୋହିଲଙ୍କ ବିଷୟରେ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗମ୍ଭୀର..

କୋହିଲଙ୍କ ବିଷୟରେ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗମ୍ଭୀର..

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କିଙ୍ଗ କୋହଲିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ମ୍ୟାଚ୍ ଜିତି ବିଜୟ ଧାରା ବଜାଇ ରଖିଛି ଟିମ୍ ଇଣ୍ତିଆ । ଯଦିଓ ବିରାଟ କୋହଲି ଏହି ମ୍ୟାଚ୍ ରେ ନିଜର ଶତକ ପୂରଣ କରିପାରିନଥିଲେ, କିନ୍ତୁ ଖେଳାଳିଙ୍କ ୯୫ ରନର ଇନିଂସ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛି।

ସୂଚନା ଥାଉ କି, ବର୍ତ୍ତମାନ ବିରାଟ କୋହଲି ବିଶ୍ୱକପ୍ ୨୦୨୩ରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ହୋଇଛନ୍ତି । ତେବେ ଏହି ମ୍ୟାଚରେ କମେଣ୍ଟ୍ରି କରିବା ସମୟରେ ପୂର୍ବତନ ଭାରତୀୟ ଖେଳାଳି ତଥା ସାଂସଦ ଗୌତମ ଗମ୍ଭୀରପୁଣିଥରେ ବିରାଟଙ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ।

ଯାହାକୁ ପ୍ରଶଂସକମାନେ ସହଜରେ ହଜମ କରିପାରୁନାହାଁନ୍ତି । ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର  କମେଣ୍ଟ୍ରି କରିବା ସମୟରେ ଗମ୍ଭୀର କହିଥିଲେ, “ଆପଣ ବିରାଟ କୋହଲିଙ୍କୁ ଫିନିସର ବୋଲି କହିପାରିବେ ନାହିଁ, ଯିଏ ଜିତିବା ପାଇଁ ଶେଷ ରନ୍ ସ୍କୋର କରେ ସେ ଜଣେ ଫିନିସର୍ । ଫିନିସର୍ ପ୍ଲେଇଂ ଇଲେଭେନ ଖେଳାଳି କିମ୍ବା ବୋଲର ବି ହୋଇପାରନ୍ତି । ” କିନ୍ତୁ ବିରାଟ କୋହଲି ଜଣେ ମାଷ୍ଟର ଚେଜର ଓ ମ୍ୟାଚ୍ ଜିତିବା ପାଇଁ ସେ ଶେଷ ଓଭର ପର୍ଯ୍ୟନ୍ତ ରହିଥାନ୍ତି। ”

ପ୍ରକାଶ ଥାଉ କି, ରବିବାର ଧର୍ମଶାଳାରେ ଅନୁଷ୍ଠିତ ଆଇସିସି ବିଶ୍ବକପ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ  ୪ ଓ୍ବିକେଟରେ ହରାଇ ଦେଇଛି ଭାରତ । ୨୦୦୩ ପରେ ପ୍ରଥମ ଥର ପାଇଁ ବିଶ୍ବକପରେ ଭାରତଠାରୁ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଟିମ୍ ଇଣ୍ତିଆ । ବିଜୟ ପାଇଁ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ ।

ଓପନର ଭାବେ ରୋହିତ ଶର୍ମା  ଓ ଶୁଭମନ ଗିଲ  ଦମଦାର ଖେଳ ଆରମ୍ଭ କରିଥିଲେ । କିନ୍ତୁ ମିଡ଼ିଲ ଅର୍ଡ଼ରରେ ଓ୍ବିକେଟ୍ ହରାଇବା ପରେ ସଂକଟରେ ପଡ଼ିଯାଇଥିଲା ଟିମ୍ ଇଣ୍ଡିଆ। ତେବେ ଦଳକୁ ସଂକଟ ମୋଚକ ସାଜି ନିଜର ଧୂଆଁଧାର ପ୍ରଦର୍ଶନ ବଳରେ ରନ୍ ରେଟକୁ ଆଗକୁ ବଢାଇଥିଲେ କିଙ୍ଗ କୋହଲି । ୯୫ ରନ୍ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏହି ଷ୍ଟାର ଖେଳାଳି । ପରେ ଶ୍ରେୟସ ଆୟର  ୩୩ ରନ୍ କରିଥିବାବେଳେ କେ ଏଲ୍ ରାହୁଲ  ୨୭ ରନ୍ କରିଥିଲେ । ରବୀନ୍ଦ୍ର ଜାଡ଼େଜା ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking