27.1 C
Bhubaneswar
Wednesday, October 23, 2024
Homeଓଡିଶାବେଆଇନ୍ ଜମି ଦଖଲକାରୀ ବାବା ଗିରଫ

ବେଆଇନ୍ ଜମି ଦଖଲକାରୀ ବାବା ଗିରଫ

ଭୁବନେଶ୍ୱର: ବେଆଇନ୍ ଜମି ଦଖଲକାରୀ ବାବା ଗିରଫ ।। ଧରାକୋଟ ଆଠଘରିଆ ନିକଟ ଜଙ୍ଗଲରେ ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କଲା ବନବିଭାଗ । ବାବା ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ପଠାଇଛି ।

କିଛି ଦିନ ହେଲା ବାବା ଜଣକ ଜଙ୍ଗଲ ଜମି ଦଖଲ କରି ଜଙ୍ଗଲରୁ ଗଛ ସବୁ କାଟୁଥିଲେ । ଘଟଣା ନେଇ ବନ ବିଭାଗ ପାଖରେ ଖବର ପହଂଚିବା ପରେ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା । ଜବରଦଖଲକାରୀ ବାବାକୁ ଗିରଫ କରାଯାଇଛି ।

ବାବା ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁର କୃଷ୍ଣଚନ୍ଦ୍ର ସାହୁ । କିଛି ଦିନ ହେଲା ବରାଡବିଲି ଆଠଘରିଆ ଅଂଚଳରେ ରହି ମୂଲ୍ୟବାନ ଗଛ ସବୁ କାଟିସଫା କରିଦେଉଥିଲେ । କେବଳ ଗଛ କାଟିବା ନୁହେଁ ଜମି ଜବରଦଖଲ କରି ଆଶ୍ରମ ତିଆରି କରୁଥିଲେ । ସମସ୍ତ ଘଟଣା ଆସିବା ପରେ ବନବିଭାଗ ଚଢାଉ କରି ଛଦ୍ମବେଶୀ ବାବାକୁ ଗିରଫ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking