27.1 C
Bhubaneswar
Wednesday, October 23, 2024
Homeଓଡିଶାପୂଜା ଭିଡ଼ରେ ବମିଖାଲ ମଣ୍ଡପରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା ଗ୍ୟାଙ୍ଗ

ପୂଜା ଭିଡ଼ରେ ବମିଖାଲ ମଣ୍ଡପରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ସାବଧାନ ! ପୂଜା ମଣ୍ଡପରେ ମାତିଛନ୍ତି ଚେନ ଲୁଟେରା । ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି ଦୁର୍ବୃତ୍ତ । ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡିକରେ ଲୋକଙ୍କ ଭିଡ ଲାଗୁଥିବାବେଳେ ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରୁ ଥରକରେ ୪ ଜଣ ମହିଳାଙ୍କ ବେକରୁ ଚେନ ଲୁଟି ନେଇଛନ୍ତି ଗ୍ୟାଙ୍ଗ । ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଭିଜୁଆଲ ଦେଖି ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଚେଷ୍ଟା କରୁଛି ।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନ ଚୋରି ପରେ ଭୋ ଭୋ ହୋଇ ମହିଳାମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଛି । ଏ ନେଇ ପିସିଆରକୁ ଜଣାଇବା ପରେ ଛାନବିନ ଆରମ୍ଭ ହୋଇଛି ।

ଏକ ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଲୁଟ ବେଳେ ସେମାନେ କିଛି ମହିଳାଙ୍କୁ ଦେଖିଛନ୍ତି । ସେପଟେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପକୁ ଆସୁଛନ୍ତି । କମିଶନରେଟ ପୋଲିସ ମୁତୟନ କରିବାକୁ କହିଥିବା ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking