24.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶପରାଗ ଦେଶାଇଙ୍କର ୪୯ ବର୍ଷରେ ପରଲାେକ

ପରାଗ ଦେଶାଇଙ୍କର ୪୯ ବର୍ଷରେ ପରଲାେକ

ନୂଆଦିଲ୍ଲୀ: ବାଘ-ବକରୀ ଚା’ କମ୍ପାନୀର ମାଲିକ ପରାଗ ଦେଶାଇଙ୍କର ୪୯ ବର୍ଷରେ ନିଧନ ହୋଇଯାଇଛି । ରବିବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । ସେ ନିୟନ୍ତ୍ରଣ ହରାଇ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବ୍ରେନ ହାମରେଜ କରିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

କମ୍ପାନୀ ପକ୍ଷରୁ ଇନଷ୍ଟାଗ୍ରାମରେ କୁହାଯାଇଛି, ବହୁତ ଦୁଃଖର ସହ ଆମେ ଆମର ପ୍ରିୟ ପରାଗ ଦେଶାଇଙ୍କ ଦୁଃଖଦ ନିଧନ ବିଷୟରେ ସୂଚନା ଦେଉଛୁ ।

ସୂଚନାଥାଉ କି, ପରାଗ ଗତ ସପ୍ତାହରେ ତାଙ୍କ ଘର ପାଖରେ ହିଁ ପଡି ଯାଇଥିଲେ । କିଛି ବୁଲା କୁକୁର ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବାରୁ ତାଙ୍କ ଗୋଡି ଖସି ଯାଇଥିଲା ଓ ସେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବାଘବକରୀ କମ୍ପାନୀର ଏକ୍ଜିକ୍ୟୁଟିଭ ଡାଇରେକ୍ଟରଙ୍କ ନିଧନ ଖବର ଶୁଣି କଂଗ୍ରେସ ସାଂସଦ ଶକ୍ତି ସିଂହ ଗୋହିଲ ଏକ୍ସରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର । ବାଘବକରୀ ଚା‘ କମ୍ପାନୀର ନିର୍ଦ୍ଦେଶକ ତଥା ମାଲିକ ପରାଗ ଦେଶାଇଙ୍କର ମୃତ୍ୟୁ ହୋଇଯାଇଛି । ପଡିଯିବା କାରଣରୁ ତାଙ୍କ ବ୍ରେନ ହାମରେଜ କରିଗଲା । ପରମାତ୍ମା ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking