18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସାମ୍ବାଦିକା ସୌମ୍ୟା ହତ୍ୟା ମାମଲାରେ ୫ ଦୋଷୀସାବ୍ୟସ୍ତ

ସାମ୍ବାଦିକା ସୌମ୍ୟା ହତ୍ୟା ମାମଲାରେ ୫ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୦୮ରେ ସୌମ୍ୟା ବିଶ୍ୱନାଥନ ନାମ୍ନୀ ଜଣେ ଟିଭି ସାମ୍ବାଦିକାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଦିଲ୍ଲୀର ଏକ ଅଦାଲତ ବୁଧବାର ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କର ଦଣ୍ଡବିଧାନ କରାଯିବ ବୋଲି ଅଦାଲତ କହିଛନ୍ତି । ସୂଚନାଯୋଗ୍ୟ ‘ହେଡ୍‌ଲାଇନ୍ସ ଟୁଡେ’ ଚ୍ୟାନେଲରେ ସାମ୍ବାଦିକାଭାବେ କାର୍ଯ୍ୟ କରୁଥିବା ସୌମ୍ୟା ୨୦୦୮ ସେପ୍ଟେମ୍ବର ୩୦ରେ ଅଫିସରୁ ଘରକୁ ଫେରୁଥିବାବେଳେ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ କେତେକ ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ହତ୍ୟା ଓ ଲୁଟ୍ ଅଭିଯୋଗରେ ୪ ଜଣ ଦୋଷୀସାବ୍ୟସ୍ତ ହୋଇଥିବାବେଳେ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀଙ୍କୁ ସହାୟତା କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking