18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଏଥିକ୍‌ସ କମିଟିରେ ସାଂସଦ ମହୁଆଙ୍କ ମାମଲା; ୨୬ରେ ଶୁଣାଣି, ନିଶିକାନ୍ତ ଓ ଜୟ ଆନନ୍ଦଙ୍କୁ ସମନ୍‌

ଏଥିକ୍‌ସ କମିଟିରେ ସାଂସଦ ମହୁଆଙ୍କ ମାମଲା; ୨୬ରେ ଶୁଣାଣି, ନିଶିକାନ୍ତ ଓ ଜୟ ଆନନ୍ଦଙ୍କୁ ସମନ୍‌

ନୂଆଦିଲ୍ଲୀ: ଶିଳ୍ପପତିଙ୍କ ନିକଟରୁ ଲାଞ୍ଚ ନେଇ ଲୋକସଭାରେ ପ୍ରଶ୍ନ ପଚାରୁଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ରଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି । ବାଚସ୍ପତି ଓମ୍ ବିର୍ଲା ଏହି ମାମଲା ଏଥିକ୍‌ସ କମିଟିକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତମାସ ୨୬ରେ ମାମଲାର ଶୁଣାଣି କରାଯିବ ବୋଲି କମିଟି ଧାର୍ଯ୍ୟ କରିଥିବାବେଳେ ଦୁଇ ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଆନନ୍ଦ ଦେହାଦ୍ରାଇଙ୍କୁ ଉକ୍ତ ଦିନ ହାଜର ହେବାକୁ ସମନ୍ ଜାରି କରିଛନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଅଦାନୀଙ୍କୁ ଟାର୍ଗେଟ କରିବାକୁ ମହୁଆ କୁଆଡେ ଦର୍ଶନ ହୀରାନନ୍ଦାନୀ ନାମକ ଜଣେ ଶିଳ୍ପପତିଙ୍କ ନିକଟରୁ ପ୍ରବଳ ଲାଞ୍ଚ ନେଇଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି ।

ଏଭଳି କାର୍ଯ୍ୟ ଦ୍ୱାରା ମହୁଆ ସଂସଦୀୟ ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗ କରି ନିଶିକାନ୍ତ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଅପରପକ୍ଷରେ ହୀରାନନ୍ଦାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଲୋକସଭାରେ ପ୍ରଶ୍ନ ପଚାରିବାକୁ ହୀରାନନ୍ଦାନୀ ଗ୍ରୁପ୍ ପକ୍ଷରୁ ମହୁଆଙ୍କୁ ୨ କୋଟି ଟଙ୍କାର ଚେକ୍ ଏବଂ ମୂଲ୍ୟବାନ ଆଇ-ଫୋନ୍ ଉପହାର ଦିଆଯାଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ମହୁଆ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇଥିବାବେଳେ ନିଶିକାନ୍ତ ଓ ଜୟ ଆନନ୍ଦଙ୍କ ବିରୋଧରେ ମାନହାନି ମୋକଦ୍ଦମା ମଧ୍ୟ ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking