ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ଅପରେସନ ଅଜୟ’ ଅଭିଯାନର ପଞ୍ଚମ ପର୍ଯ୍ୟାୟରେ ଆଉ ୨୮୬ ଭାରତୀୟ ବୁଧବାର ଇସ୍ରାଏଲରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏମାନଙ୍କ ବ୍ୟତୀତ ୧୮ ଜଣ ନେପାଳୀ ନାଗରିକ ମଧ୍ୟ ଉକ୍ତ ବିମାନରେ ଭାରତ ଫେରିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗାନ୍ ଏମାନଙ୍କୁ ସ୍ୱାଗତ ଜଣାଇଛନ୍ତି ।
୨୮୬ ଭାରତୀୟଙ୍କୁ ନେଇ ଆସିଥିବା ସ୍ପାଇସ୍ ଜେଟ୍ର ବିମାନଟି ମଙ୍ଗଳବାର ଇସ୍ରାଏଲ ରାଜଧାନୀ ତେଲ୍ ଆଭିଭ୍ରୁ ଉଡାଣ ଆରମ୍ଭ କରିଥିଲା । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଏ ସମ୍ପର୍କିତ ଫଟୋକୁ ଟ୍ୱିଟରରେ ଅପ୍ଲୋଡ କରିଛନ୍ତି । ଏମାନଙ୍କ ମିଶାଇ ଇସ୍ରାଏଲରୁ ମୋଟ ୯୩୦ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା କୁହାଯାଇଛି ।