34.1 C
Bhubaneswar
Friday, September 20, 2024
Homeଓଡିଶାପରିବାର ଅଦାଲତ ରାୟ ବିରୋଧରେ ଅନୁଭବଙ୍କ ଆବେଦନ ମାମଲା ହାଜର ହେଲେନି ବର୍ଷା, ଘୁଞ୍ଚିଲା ଶୁଣାଣି

ପରିବାର ଅଦାଲତ ରାୟ ବିରୋଧରେ ଅନୁଭବଙ୍କ ଆବେଦନ ମାମଲା ହାଜର ହେଲେନି ବର୍ଷା, ଘୁଞ୍ଚିଲା ଶୁଣାଣି

କଟକ: କଟକ ପରିବାର ଅଦାଲତର ରାୟ ବିରୋଧରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଜି ହାଜର ହୋଇନାହାନ୍ତି । ବର୍ଷାଙ୍କ ପକ୍ଷରୁ ହାଜର ହେବା ନିମନ୍ତେ ଅଧିକ ସମୟ ଦେବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ଏହାକୁ ଅନୁମତି ଦେଇ ଶୁଣାଣିକୁ ଘୁଞ୍ଚାଇଛନ୍ତି । ସୂଚନା ଅନୁସାରେ, ଏମ୍‌ପି ଅନୁଭବ ଓ ତାଙ୍କ ସ୍ତ୍ରୀ ବର୍ଷାଙ୍କ ମାମଲାର ଆବେଦନ ପରିବାର ଅଦାଲତରେ ଗତ ସେପ୍ଟେମ୍ବର ୨୨ ତାରିଖରେ ଖାରଜ ହେବା ପରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଅନୁଭବଙ୍କ ସହ ପୁନଃମିଳନ ଓ ଅବସ୍ଥାପନ ପାଇଁ ବର୍ଷା କଟକ ପରିବାର ଅଦାଲତରେ ଏକ ଆବେଦନ କରିଥିଲେ । ଉଭୟ ଯାକ ମାମଲାର ଏକତ୍ର ଶୁଣାଣି କରିଥିଲେ ଅଦାଲତ । ଉଭୟଙ୍କୁ ଛାଡ଼ପତ୍ର ନକରିବା ପାଇଁ କୋର୍ଟ ପକ୍ଷରୁ ଅନେକ ଥର କାଉନସେଲିଂ କରାଯାଇଥିଲା ।

ହେଲେ କୌଣସି ଫଳ ମିଳିନଥିଲା । ବର୍ଷାଙ୍କ ଅନୁପସ୍ଥିତି ଯୋଗୁଁ ମାମଲାର ଶୁଣାଣି ଓ ସାକ୍ଷ୍ୟଗ୍ରହଣ ହୋଇପାରିନଥିଲା । ମାମଲା ଶୁଣାଣି ବିଳମ୍ବିତ ହେଉଥିବାରୁ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତୁରନ୍ତ ମାମଲାର ବିଚାର ଶେଷ କରିବା ପାଇଁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପରିବାର ଅଦାଲତରେ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା । ତେବେ ଉଭୟଙ୍କ ମାମଲାକୁ ପରିବାର ଅଦାଲତ ଖାରଜ କରିଦେଇଥିଲେ । ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking