32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବୋନସ୍ ଆକାରରେ ରେଳ କର୍ମଚାରୀ ପାଇବେ ୭୮ ଦିନର ଦରମା

ବୋନସ୍ ଆକାରରେ ରେଳ କର୍ମଚାରୀ ପାଇବେ ୭୮ ଦିନର ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟମ୍ୟାନ, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ୍ ଦେଇ)ଙ୍କ ପାଇଁ ୨୦୨୨-୨୩ ଆର୍ôଥକ ବର୍ଷ ଲାଗି ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି) ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ସରକାର ୧୧,୦୭,୩୪୬ ରେଳ କର୍ମଚାରୀଙ୍କୁ ୧୯୬୮ କୋଟି ୮୭ ଲକ୍ଷ ଟଙ୍କାର ପିଏଲବି ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି । ୨୦୨୨-୨୦୨୩ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ରହିଥିଲା । ରେଳବାଇ ୧୫୦୯ ନିୟୁତ ଟନର ରେକର୍ଡ ମାଲ୍ ପରିବହନ କରିଛି ଏବଂ ପ୍ରାୟ ୬୫୦ କୋଟି ଯାତ୍ରୀ ପରିବହନ କରିଛି । ଏହି ରେକର୍ଡ ପ୍ରଦର୍ଶନ ପଛରେ ଅନେକ କାରଣ ରହିଛି । ସେଗୁଡ଼ିକ ମଧ୍ୟରେ ରେଳବାଇରେ ସରକାରଙ୍କ ରେକର୍ଡ ପୁଞ୍ଜି ବ୍ୟୟ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାଗତ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ । ପିଏଲବି ପ୍ରଦାନ ଦ୍ୱାରା ରେଳ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking