31.1 C
Bhubaneswar
Friday, October 18, 2024
Homeଓଡିଶାଏମ୍ସରେ ଖୋଲିବ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି

ଏମ୍ସରେ ଖୋଲିବ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି

 ଭୁୁବନେଶ୍ୱର: ହାନଗା ଟ୍ରେନ ଟ୍ରାଜେଡି ଶିଖାଇଛି ଶବ ପରିଚାଳନାର ନୂଆ ଦିଗ । ସେଥିଲାଗି ରାଜ୍ୟରେ ରିଜିଓନାଲ ଫରେନ୍ସିକ ଲାବୋରେଟୋରି ସ୍ଥାପନ ପାଇଁ ଯୋଜନା କରୁଛି ଏମ୍ସ ଭୁବନେଶ୍ୱର । ପ୍ରସ୍ତାବିତ ଲ୍ୟାବରେ ରହିବ ଭିସେରା ଏକ୍ସଟ୍ରାକ୍ସନ ଓ ଡିଏନ୍ଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ମୃତଦେହ ସଂରକ୍ଷଣ ପାଇଁ ବିଶାଳ କୋଲ୍ଡ ଷ୍ଟୋରେଜ । ଆଉ ମୃତ ବ୍ୟକ୍ତିଙ୍କ ଫଟୋରୁ ପରିଚୟ ଖୋଜିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି । ଗୋଟିଏ ସ୍ଥାନରେ ରହିବ ଡେଡ୍ ବଡି ପରିଚାଳନାର ସବୁ ସୁବିଧା । ବାହାନଗା ଟ୍ରେନ ଟ୍ରାଜେଡିରେ ଶହ ଶହ ଲୋକଙ୍କ ମୃତ୍ୟୁ ଓ ଶବ ପରିଚାଳନାରେ ଦେଖାଦେଇଥିବା ସମସ୍ୟା ପରେ ଏଭଳି ଲାବୋରେଟୋରି ସ୍ଥାପନ ପାଇଁ ବିଚାର କରୁଛି ଏମ୍ସ ଭୁବନେଶ୍ବର ।
ଏମ୍ସ ଭୁବନେଶ୍ବର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ବର ଏମ୍ସକୁ ୧୬୨ଟି ମୃତଦେହ ଆସିଥିଲା । ମାତ୍ର ୧୫-୨୦ଟି ମୃତଦେହ ରଖିବାର ବ୍ୟବସ୍ଥା ଥିବା ଏମ୍ସରେ ଏତେ ସଂଖ୍ୟକ ଡେଡ୍ ବଡିକୁ ଦୀର୍ଘଦିନ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଖାଲି ସେତିକି ନୁହେଁ, ଶତାଧିକ ମୃତ ଶରୀରର ତତ୍କାଳ ପୋଷ୍ଟ ମର୍ଟମ, ଭିସେରା ପାଇଁ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଊଘଇ ପରୀକ୍ଷା ଲାଗି ବ୍ୟବସ୍ଥା ନ ଥିବାରୁ ୮୧ ମୃତ ଶରୀରକୁ ଉପଯୁକ୍ତ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଢେର ଦିନ ଅପେକ୍ଷା କରିବାକୁ ପଡ଼ିଲା । ଆଗାମୀ ଦିନରେ ରାଜ୍ୟରେ ଏଭଳି ଅକସ୍ମାତ ବିପର୍ୟ୍ୟୟ ପରବର୍ତ୍ତୀ ସ୍ଥିତି ମୁକାବିଲା ଉଦ୍ଦେଶ୍ୟରେ ଏମ୍ସରେ ଏକ ଆଞ୍ଚଳିକ ଫରେନ୍ସିକ ଲ୍ୟାବ ସ୍ଥାପନ ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking