27.1 C
Bhubaneswar
Friday, November 8, 2024
Homeଦେଶ ବିଦେଶଆଜି ହେଉଛି ବିଶ୍ୱ ସିନେମା ଦିବସ ; ସବୁ ବର୍ଗର ସିନେମା ଟିକେଟ ମୂଲ୍ୟ ମାତ୍ର...

ଆଜି ହେଉଛି ବିଶ୍ୱ ସିନେମା ଦିବସ ; ସବୁ ବର୍ଗର ସିନେମା ଟିକେଟ ମୂଲ୍ୟ ମାତ୍ର ୯୯ ଟଙ୍କା

ବ୍ୟୁରୋ : ଆଜି ହେଉଛି ବିଶ୍ଵ ସିନେମା ଦିବସ। ଏହି ପରିପ୍ରେକ୍ଷୀରେ ସିନେମା ପ୍ରତି ଲୋକଙ୍କ ମନରେ ସ୍ଵତନ୍ତ୍ର ଉତ୍ସାହ, ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଶୁକ୍ରବାର ଆଜି ଦିନକ ପାଇଁ ସବୁ ବର୍ଗର ଟିକେଟ ମୂଲ୍ୟ ମାତ୍ର ୯୯ ଟଙ୍କା ରଖାଯାଇଛି । ଆଜି ଜଣେ ଦର୍ଶକ ଯେକୌଣସି ପ୍ରେକ୍ଷାଳୟରେ ବସି ମନ ମୁତାବକ ଫିଲ୍ମ କଦେଖିବାକୁ  ସୁଯୋଗ ପାଇବେ । ଏନେଇ ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (ଏମ୍ଆଇ) ପକ୍ଷରୁ ଘୋଷଣା କରାଯାଇଛି । ଗତ ବର୍ଷଠାରୁ ଏମ୍ଆଇ ପକ୍ଷରୁ ବିଶ୍ଵ ସିନେମା ଦିବସ ପାଳନ ଅବସରରେ ଏପରି ଏକ ନିଆରା ପଦକ୍ଷେପ ନିଆଯାଉଛି। ପୂର୍ବବର୍ଷ ଟିକେଟ୍‌ର ମୂଲ୍ୟ ୭୫ଟଙ୍କା ରଖାଯାଇଥିଲା। ଏଥିପାଇଁ ପାଖାପାଖି  ୬୫ ଲକ୍ଷ ସିନେପ୍ରେମୀ ପ୍ରେକ୍ଷାଳୟକୁ ଯାଇ ସିନେମା ଦେଖିଥିଲେ ।  ଭାରତରେ ପ୍ରାୟ ୪ ହଜାରରୁ ଅଧିକ ମଲ୍ଟିପ୍ଲେକ୍ସ ପିଭିଆର୍, ଆଇନକ୍ସ, ସିନେପଲିସ୍‌, ମିରାଜ୍ ଓ ଡିଲାଇଟ୍ ଆଦି ରହିଛି । ବର୍ତ୍ତମାନର ଓଟିଟି ଦୌଡ଼ରେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ପୁନଃ ଆକର୍ଷିତ କରିବା ପାଇଁ ଗତ ବର୍ଷଠାରୁ ଏଭଳି ଏକ ଧାରା ଆରମ୍ଭ ହୋଇଯାଇଛି । ସିନେମା ଦର କମ୍ ପାଇଁ ଅନ୍‌ଲାଇନ୍‌ରେ ବୁକିଂ ଚାଲିଛି ।  ପୂର୍ବବର୍ଷ ଭଳି ଏବର୍ଷ  ମଧ୍ୟ ଭଲ ଭିଡ଼ ହେବ । ଭୁବନେଶ୍ୱର ରେ ମହାରାଜା ହଲ ରେ  ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ର ୩ଟି ଶୋ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ୍ ରାନିଗଞ୍ଜ’ର ୨ଟି ଶୋ’ ଓ ଶାହାରୁଖଙ୍କ ‘ଜୱାନ୍’ରେ ଗୋଟିଏ ଶୋ ରହିଛି । ଦର୍ଶକମାନେ ଏହି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ହଲ ମ୍ୟାନେଜର କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking