କୋଲକାତା : ପଶ୍ଚିମବଙ୍ଗରେ ଘଟିଥିବା ସରକାରୀ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଥିବା ଜଣାପଡିଛି । ରୁଜିରା ସକାଳ ୧୧ଟାରେ ସଲ୍ଟ ଲେକ୍ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ଏହି ଦୁର୍ନୀତି ପ୍ରସଙ୍ଗରେ ସନ୍ଧ୍ୟା ୭ଟା ୩୫ ପର୍ଯ୍ୟନ୍ତ ଜେରା କରାଯାଇଛି । ଦୁର୍ନୀତିରେ ଦୁଇଟି କମ୍ପାନୀର ଡାଇରେକ୍ଟର ସଂପୃକ୍ତ ଥିବାବେଳେ ରୁଜିରା ସେହି କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିଲେ । ଇଡି ଅଧିକାରୀମାନେ ନଦିଆ ଜିଲ୍ଲାରେ ଥିବା ବିଭିନ୍ନ ଚାଉଳ କଳରେ ଚଢଉ କରିଛନ୍ତି । ଏହି କାରବାରରେ ପ୍ରାପ୍ତ ଲାଞ୍ଚ ଅର୍ଥକୁ ଚାଉଳ କଳରେ ବିନିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।