18.1 C
Bhubaneswar
Tuesday, November 26, 2024
Homeଓଡିଶାପ୍ରତିଦିନ ଆଳୁ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ପ୍ରତିଦିନ ଆଳୁ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ବିନା ଆଳୁରେ ଖାଦ୍ୟ ଅଧୁରା ଅଧୁରା ଲାଗେ । ଆଳୁ ରୋଷେଇ ଘରର ମୁଖ୍ୟ ଖାଦ୍ୟ ପଦାର୍ଥ । ପନିପରିବା ମଧ୍ୟରେ ଆଳୁ ଅଧିକ ବ୍ୟବହୃତ ହୁଏ । କିଛି ଲୋକ ଆଳୁ ବିନା କିଛି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ବୋଲି କୁହାଯାଇଛି । ଆଳୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଅଧିକ ଆଳୁ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । ଯଦି ଓଜନ ନିୟନ୍ତ୍ରଣ କରିବାକୁ ଚାହାନ୍ତି ତେବେ ଆଳୁ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ବିଶେଷକରି ମଧୁମେହ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରରେ ରହିବା ଉଚିତ୍ । ତେବେ ଯେଉଁମାନେ ଅଧିକ ଆଳୁ ଭଜା ଖାଆନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ବିପଦ ରହିଥାଏ ବୋଲି କୁହାଯାଇଛି ।

ଆସନ୍ତୁ ଜାଣିବା ଆଳୁ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଇଥାଏ….
୧) ଗ୍ୟାସ ସମସ୍ୟା: ଅଧିକ ଆଳୁ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ହୋଇଥାଏ । ଗ୍ୟାସ ସମସ୍ୟା ପାଇଁ ଆଳୁ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ । ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଳୁ ସମସ୍ୟା ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ପ୍ରତିଦିନ ଆଳୁ ଖାଇବା ଦ୍ୱାରା ପେଟ ବଡ ହେବା ସହିତ ଗ୍ୟାସ ସମସ୍ୟା ଦେଖାଯାଇଥାଏ ।

୨) ମୋଟୋପା: ତେବେ ଆଳୁ କେବଳ ପେଟ ବୃଦ୍ଧି କରିନଥାଏ ଶରୀରର ଓଜନ ମଧ୍ୟ ବୃଦ୍ଧି କରିଥାଏ । ମେଦବହୁଳତା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଅଧିକ ରହିଥାଏ । ଏହାସହ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ ଆଳୁ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଆଳୁ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି ।

୩) ରକ୍ତଶର୍କରା: ଆଳୁ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବୃଦ୍ଧି କରିଥାଏ । ଆଳୁରେ ଗ୍ଲାଇକୋମେକ୍ସ ଇଣ୍ଡେକ୍ସ ରହିଥାଏ । ଯାହା ଦ୍ୱାରା ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେଉଥିଲେ ଆଳୁ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ ।

୪) ରକ୍ତଚାପ: ଆଳୁ ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ । ତେବେ ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ସପ୍ତାହରେ ୪ଥରରୁ ଅଧିକ ଆଳୁ ଖାଇବା ଦ୍ୱାରା ରକ୍ତଚାପ ଅଧିକ ହେବାର ସମ୍ଭାବନା ରହିଥାଏ । କିନ୍ତୁ ରକ୍ତଚାପରୁ ବର୍ତ୍ତିବା ପାଇଁ ସମ୍ପୂର୍ଣ୍ଣ ରୂପେ ଆଳୁ ପରିତ୍ୟାଗ କରିବା ଉଚିତ ନୁହେଁ । କିନ୍ତୁ ଆବଶ୍ୟକତା ଅନୁସାରେ ଆଳୁ ଖାଇବା ଉଚିତ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking