25.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶତେଲେଙ୍ଗାନାରୁ ୧୧ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ

ତେଲେଙ୍ଗାନାରୁ ୧୧ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ

ହାଇଦ୍ରାବାଦ : ବିଧାନସଭା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାପରେ ତେଲେଙ୍ଗାନାରେ ଆଚରଣ ବିଧି ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପୁଲିସ ବୁଧବାର ସହରର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ କୋଟି ଟଙ୍କାର ସୁନା ରୁପା ଅଳଙ୍କାର ଜବତ କରିଥିବା ଜଣାପଡିଛି । ସୋମବାର ନିର୍ବାଚନ ତାରିଖ ଘୋଷଣା କରାଯିବାପରେ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି । ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଟଙ୍କା, ସୁନା, ରୁପା ଅଳଙ୍କାର ଇତ୍ୟାଦି କାର୍ ଯୋଗେ ନେଉଥିବା ଆଶଙ୍କା କରି ଏଭଳି ଚଢଉ କରାଯାଇଛି । ନିଜାମ କଲେଜ ସମ୍ମୁଖରୁ ପୁଲିସ ଏକ କାର୍‌କୁ ଅଟକାଇ ସେଥିରୁ ୭ କିଲୋ ଓଜନର ଖାଣ୍ଟି ସୁନା ବିସ୍କୁଟ ଏବଂ ୨୯୫ କିଲୋ ଖାଣ୍ଟି ରୁପା ଜବତ କରିଛି ବୋଲି ସହକାରୀ ପୁଲିସ କମିଶନର ସୂଚନା ଦେଇଛନ୍ତି । ନଭେମ୍ବର ୩୦ରେ ତେଲେଙ୍ଗାନାରେ ଭୋଟଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking