25.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶରାସ୍ତାରେ କୁମ୍ଭୀର, ଲୋକେ ଆତଙ୍କିତ

ରାସ୍ତାରେ କୁମ୍ଭୀର, ଲୋକେ ଆତଙ୍କିତ

କୋଲକାତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ କଲ୍‌ନା ସହରରେ ମଙ୍ଗଳବାର ରାତିରେ ଗୋଟିଏ କୁମ୍ଭୀର ରାସ୍ତାରେ ବୁଲୁଥିବା ଲକ୍ଷ୍ୟ କରାଯାଇଛି । ରାତି ୧ଟା ସମୟରେ କୁମ୍ଭୀରଟି ପାଲପାଡା ଅଞ୍ଚଳରେ ପ୍ରବେଶ କରି ରାସ୍ତାରେ ଚାଲୁଥିବା ଲୋକେ ଦେଖିବାପରେ ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ସୂଚନା ପାଇବାପରେ ବନ ବିଭାଗ କର୍ମଚାରୀମାନେ ଜାଲ ଦ୍ୱାରା କୁମ୍ଭୀରକୁ ଧରି ନଦୀରେ ଛାଡିଥିବା ପ୍ରକାଶ । ଭାଗିରଥୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ କିମ୍ବା ଶିକାରକୁ ପିଛା କରୁଥିବାବେଳେ କୁମ୍ଭୀରଟି ସମ୍ଭବତଃ ରାସ୍ତାକୁ ଚାଲିଆସିଥିବା ଡିଏଫ୍‌ଓ ନିଶା ଗୋସ୍ୱାମୀ କହିଛନ୍ତି । ଏଭଳି ଘଟଣାର ପୁନରାବୃତ୍ତି ଘଟିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking