27.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦

ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦

ଭୁବନେଶ୍ୱର: ଭୁୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦ । ୱେବ୍ ସଂକ୍ରାନ୍ତୀୟ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ( ମୁକ୍ତା) କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହା ରାଜ୍ୟର ସହରୀ ଜୀବିକା ଗୁଡିକ ଉପରେ ଏକ ପ୍ରଭାବଶାଳୀ ଅଙ୍ଗ ଭାବେ ଉଭା ହୋଇଛି । ଏହି ଅଭିଯାନ ଦେଶରେ ପ୍ରଥମ ଥର କରି ହେଉଥିବାବେଳେ ରାଜ୍ୟରେ ୧୧୫ଟି ସହରରେ ଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଏବଂ ଜୀବିକାର ସୁଯୋଗ ଦେବା ଉପରେ ଏହି ଅଭିଯାନ ଯଥେଷ୍ଟ ସହାୟକ ହେବ । ରାଜ୍ୟ ସରକାର ଏହି ୱେବ ବେସଡ୍ ଆପ୍ଲିକେସନ ମୁକ୍ତା ସଫ୍ଟର କାର୍ଯ୍ୟକାରିତାକୁ ଶଙ୍ଖଳିତ କରିବା ସହ ହିତାଧିକାରୀ କିଭଳି ଶୀଘ୍ର ଏହାର ସୁଫଳ ପାଇପାରିବେ ସେନେଇ ଏହାକୁ ବିକଶିତ କରିଛନ୍ତି । ଏହି ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ଢ଼େଙ୍କାନାଳ ଏବଂ ଜଟଣୀ ସହରରେ ସଫଳତାର ସହ ଏହାର ପାଇଲଟ ଟେଷ୍ଟ ହୋଇଥିବାବେଳେ ରାଜ୍ୟର ଆହୁରି ୫ମୁନିସିପାଲିଟି କର୍ପୋରେସନରେ ମୁକ୍ତାସଫ୍ଟ ୨୫ ୟୁଏଲ୍ବି ଉପଲବ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯେଉଁଥିରେ ୧୪ଟି ମୁଖ୍ୟ ମୁ୍ୟନିସିପାଲିଟି ଟାଉନ ଏବଂ ୬ଟି ଏନଏସି ଅନ୍ତର୍ଭୁକ୍ତ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁକ୍ତା ପିଏମୟୁ ମେମ୍ବରମାନଙ୍କୁ ଚୟନ କରାଯାଇ ଏହାର ବିଭିନ୍ନ ପ୍ରକାର୍ଯ୍ୟ ଉପରେ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ଆଉ ଏହି ମାଷ୍ଟର ଟ୍ରେନରମାନେ ମୁକ୍ତାସଫ୍ଟର କାର୍ଯ୍ୟ ପାଇଁ ୟୁଏଲବି ଅଧିକାରୀ ଏବଂ ସିବିଓର ପରବର୍ତ୍ତୀ ପ୍ରାର୍ଯ୍ୟାୟରେ ମେମ୍ବରମାନଙ୍କ ତାଲିମ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତେବେ ଏଥିରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଜୀ. ମାଥିବଥାନନ୍, ଚୟନ ହୋଇଥିବା ୨୫ ଜଣ ମାଷ୍ଟର ଟ୍ରେନରମାନଙ୍କୁ ସାମ୍ବୋଧିତ କରିଥିଲେ । ସହର ପ୍ରସଙ୍ଗରେ ଜେନିସି୍ ଏବଂ ଏହାର ପ୍ରତିଯୋଗିତା ଉପରେ ଦୃଷ୍ଟି ଦେଇ ମାଥିବଥାନନ କହିଛନ୍ତି ଯେ, ପ୍ରବାସୀ ମଂଜୁରୀ ନିଯୁକ୍ତ ଯୋଜନା ବା “ମୁକ୍ତା’ ଯୋଜନା କ୍ଷେତ୍ରରେ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଏହି ଯୋଜନା ମାଧ୍ୟମରେ ଅନେକ ପରିବର୍ତ୍ତନ ଆସିଛି । ଏହାର ମୂଳ ଉଦେ୍ଦଶ୍ୟ ହେଉଛି ମୁକ୍ତାର କାର୍ଯ୍ୟକାରିତା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକ୍ରିୟାକୁ ସ୍ୱୟଂ ଚାଳିତ କରିବା । ଅନ୍ୟପଟେ ଏହା ୱେବ୍ ଆଧାରିତ କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ଏବଂ ହିତାଧିକାରୀମାନଙ୍କ ଶୀଘ୍ର ଦେୟ ପ୍ରଦାନ କରିବାରେ ସହାକ ହେବ ବୋଲି ମୁଖ୍ୟ ସଚିବ କହିଥିଲେ । ଏହା ସହ ଏଭଳି ଏକ ସ୍କିମ ପାଇଁ ସେ ଇ-ଗଭକୁ ଧନ୍ୟବାଦ ଦେଇଥିଲେ । ତେବେ ଏହି ତାଲିମ ପ୍ରଶିକ୍ଷଣ ୫ଟି ପ୍ରର୍ଯ୍ୟାୟରେ ହୋଉଥିଲାବେଳେ ପ୍ରଶିକ୍ଷଣ ପାଇଁ ୨୫ୟୁଏଲବିରୁ ମୋଟ ୩୦୦ ବ୍ୟକ୍ତିଙ୍କୁ ଚନ କରାଯାଇଥିବା ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସିର ନିଦେ୍ର୍ଦଶକ ସାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଗତକାଲି ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଏହା ଅକ୍ଟୋବର ୧୩ ଯାଏଁ ଚାଲିବ । ମାଷ୍ଟର ଟ୍ରେନରମାନଙ୍କର ତାଲିମ ପରେ ସେମାନେ ପ୍ରଶିକ୍ଷକ ପାଇଁ ଆବେଦନ କରିପାରିବେ । କାର୍ଯ୍ୟକାରୀ କରିବା ପାଇଁ ଏହି କ୍ଷେତ୍ରରେ କାମ କରିବାକୁ ଥିବା କର୍ମଚାରୀଙ୍କୁ ତାଲିମ ଦେଇପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking