28.1 C
Bhubaneswar
Thursday, September 19, 2024
Homeଓଡିଶାଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍

ଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଡେରାସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ରୀ ଟ୍ୟୁସନ ସାରି ଫେରୁଥିବାବେଳେ ଟ୍ରକ ଚଢିଯାଇଛି  । ଫଳରେ ଛାତ୍ରୀଟିର ମୃତ୍ୟୁ ଘଟିଛି  । ମୃତକ ସେହି ଗାଁର ରାଧାନାଥ ସାହୁଙ୍କ ଝିଅ ପଦ୍ମିନୀ ସାହୁ ବୋଲି ଜଣାପଡିଛି  । ପଦ୍ମିନୀ ସ୍ଥାୟୀ ଡେରାସିଂହ ହାଇସ୍କୁଲରେ ନବମ ଶ୍ରେଣୀ ରେ ପାଠ ପଢନ୍ତି  । ଆଜି ସେ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ ଏକ ମିନି ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ।ପରେ ପଦ୍ମିନୀଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ସେପଟେ ଘଟଣାସ୍ଥଳରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି  । ଉତ୍ତ୍ୟକ୍ତ ଲୋକମାନେ ରଞ୍ଜା ଛକ ନିକଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି  । ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି  । ପୋଲିସ  ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking