ଭୁବନେଶ୍ୱର: ଦେହବ୍ୟବସାୟ ଟଙ୍କା ରୋଜଗାରର ଏକ ମାଧ୍ୟମ ବୋଲି ବାଛି ନେଇଛନ୍ତି କିଛି ଅସାଧୁ ବ୍ୟକ୍ତି। ଖାଲି ଅସାଧୁ ବ୍ୟକ୍ତି ତାହା ନୁହେଁ ବଂର ବାର ମାଲିକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ବ୍ୟବସାୟୀ ପର୍ୟ୍ୟନ୍ତ ସମସ୍ତେ ପ୍ରାୟ ଏହି କାର୍ୟ୍ୟରେ ଲିପ୍ତ ରହୁଥିବା ଆପଣ ଅନେକ ଥର ଖବର ମାଧ୍ୟମରେ ଦେଖିଥିବେ । ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି। ଏଠି ରକ୍ଷକ ସାଜିଛି ଭକ୍ଷକ ।
ଦେହବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ କାର୍ୟ୍ୟରତ ଜେଲ ୱାଡର। ଦେହବ୍ୟବସାୟରେ ଲିପ୍ତ ଥିବା ନେଇ ପଦ୍ମପୁର ପୋଲିସ ପକ୍ଷରୁ ସୂଚନା ରହିଛି ।
ପଦ୍ମପୁର ଜେଲ ରୋଡ ନିକଟସ୍ଥ ଏକ ଲଜରେ ସେକସ୍ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶେଷସୂତ୍ରରୁ ଖବର ପାଇ ଚଢଉ କରିଥିଲା । ଚଢଉ ସମୟରେ ଜଣେ ଦେହଜିବୀ ଓ ଜଣେ ଗରାଖକୁ ଠାବ କରିଥିଲା ପୋଲିସ। ତଦନ୍ତରୁ ଜଣାପଡିଛି କି ଗ୍ରାହକ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପୁର ପୋଲିସ ଉକ୍ତ ମାମଳାରେ ଦେହଜିବୀ, ଗରାଖ ଓ ଲଜ ମ୍ୟାନେଜରକୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରି ସୂଚନା ଦେଇଛନ୍ତି ।