31.1 C
Bhubaneswar
Friday, October 18, 2024
Homeଅପରାଧରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଦାଗ; ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପ

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଦାଗ; ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପ

ଜୟପୁର: ରାଜସ୍ଥାନର ଜୈସଲମର ଜିଲ୍ଲାରେ ଲଜ୍ଜା । ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ପିତା । ଏହାପରେ ନାବାଳିକାକୁ ଗୁରୁତର ଅବସ୍ଥାରେ ମାଆ ଉଦ୍ଧାର କରିଥିବା ଜଣାପଡ଼ିଛି । ଘରେ କେହି ନଥିବା ବେଳେ ପାପୀ ପିତା ଏପରି ଘୃଣ୍ୟ କାଣ୍ଡ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ସାଙ୍କଡା ଥାନା ଅଧିକାରୀ ମାଣକରାମ ବିଷ୍ଣୋଇଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବିରୋଧରେ ତାର ପତ୍ନୀ ଥାନାରେ ଅଭିଯୋଗ କରିଛି । ଶୁକ୍ରବାର ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିଛି । ସୂଚନା ଅନୁଯାୟୀ, ପୀଡ଼ିତାର ମାଆ କ୍ଷେତରେ କାମ କରୁଥିବା ବେଳେ ଘଟିଥିଲା ଏହି ଅଘଟଣ । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନିଜ ଝିଅ ସହ ଏପରି ଘୃଣ୍ୟ କାଣ୍ଡ କରିଥିଲା ।

ଏହାପରେ ଅଭିଯୁକ୍ତର ସାନ ଝିଅ କ୍ଷେତରେ କାମ କରୁଥିବା ନିଜ ମାଆକୁ ଏ ନେଇ ଖବର ଦେଇଥିଲା । ଅଭିଯୁକ୍ତ ଜଣକ ବଡ଼ ଭଉଣୀକୁ ମାଡ଼ ମାରୁଥିବା ସେ ନିଜ ମାଆକୁ କହିଥିଲା । ଏହାପରେ ପୀଡ଼ିତାର ମାଆ ଘରକୁ ଯିବା ପରେ ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ସେପଟେ ପୀଡି଼ତାକୁ ଗୁରୁତର ଅବସ୍ଥାରେ ବାଡମେର ହସ୍ପିଟାଲରେ ଭର୍ତ୍ତି କରାଯାଇ ତାର ଚିକିତ୍ସା ଜାରି ରହିଛି । ସୂଚନା ଥାଉ କି ଚଳିତ ବର୍ଷ ଜୁନ ମାସରେ ମୁମ୍ବାଇରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ପଡ଼ୋଶୀ ଯୁବକ ସହ ମିଶି ନିଜ ଝିଅକୁ ଦୁଷ୍କର୍ମ କରିଥିଲା ବାପା । ବାରମ୍ବାର ବାପାର ଏହି ପାଶବିକତାର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । କେବଳ ବାପା ନୁହେଁ ବରଂ ବିବାହର ପ୍ରତିଶୃତି ଦେଇ ପଡୋଶୀ ଯୁବକ ମଧ୍ୟ କରୁଥିଲା ଦୁଷ୍କର୍ମ । ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବାପା ସହ ପଡ଼ୋଶୀ ଯୁବକକୁ ମିଶାଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ମୁମ୍ବାଇର ତିଲକ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking