30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଆସନ୍ତୁ ଜାଣିବା ବିମାନ ରଙ୍ଗ ଧଳା ହୋଇଥାଏ କାହିଁକି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆସନ୍ତୁ ଜାଣିବା ବିମାନ ରଙ୍ଗ ଧଳା ହୋଇଥାଏ କାହିଁକି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବ୍ୟୁରୋ : ଆପଣ କେବେ ଭାବିଛନ୍ତି କି ଯାତ୍ରୀମାନଙ୍କ ବିମାନ ରଙ୍ଗର କଣ ପାଇଁ ଧଳା ହୋଇଥାଏ ?  କଣ ପାଇଁ ବିମାନ ଅନ୍ୟ କଲରର ହୋଇନଥାଏ ? ଏହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଯେ ବିମାନ କଣ ପାଇଁ ଅନ୍ୟ ରଙ୍ଗର ହୋଇନଥାଏ । କାରଣ ଧଳା ରଙ୍ଗ ସୂର୍ଯ୍ୟ କିରଣ ଓ ତାପମାତ୍ରାକୁ ପ୍ରତିଫଳିତ କରେ ।  ଆପଣ ଧ୍ୟାନ ଦେଇଥିବେ ଯେ ଖରା ଦିନରେ ଲୋକମାନେ ଧଳା ରଙ୍ଗର ପୋଷାକ ପିନ୍ଧି ବାହାରକୁ ଯାଆନ୍ତି । ଖରା ଦିନରେ ପ୍ରାୟତଃ ଲୋକମାନେ କଳାର କଲରର ପୋଷାକ ପିନ୍ଧିନଥାନ୍ତି ।  କାରଣ ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗ ଅଧିକ ପ୍ରତିଫଳିତ ହୋଇଥାଏ । ଏହା ସହ ଲଜିକ୍‌ ପ୍ଲେନ୍‌ରେ ମଧ୍ୟ ସେହିଭଳି କାମ କରାଯାଏ । ସେଥିପାଇଁ ପ୍ରାୟତଃ ସବୁ ବିମାନ ଧଳା ରଙ୍ଗର ହୋଇଥାଏ । ଯାହା ଫଳରେ ବିମାନରେ ଗରମ କମ୍‌ ହୋଇଥାଏ ଏବଂ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । ପ୍ଲେନ୍‌ ବହୁତ ହିଁ ସେନ୍ସଟିଭ୍‌ ହୋଇଥାଏ ।  ଏଥିରେ ଅଳ୍ପ ବି ସମସ୍ୟା ହୋଇଥାଏ, ତାହେଲେ ଏହାର ପରିଣାମ ବିପଦପୂର୍ଣ୍ଣ ହୋଇପାରେ । ସେଥିପାଇଁ ବିମାନରେ କିଛି ବି ଅଳ୍ପ କ୍ଷତି କିମ୍ବା ଡେଣ୍ଟ ବିଷୟରେ ଜଣା ପଡିବା ମାତ୍ରେ ତାକୁ ଠିକ୍‌ କରିବା ବହୁତ ଜରୁରୀ ହୋଇଥାଏ । ଆପଣ ଏହା ଜାଣିଥିବେ ଯେ ଧଳା ରଙ୍ଗକୁ ସବୁଠାରୁ ହାଲୁକା ରଙ୍ଗ ହୋଇଥାଏ । ଏହି କାରଣ ହୋଇଥାଏ କି ଅନ୍ୟ ରଙ୍ଗ ତୁଳନାରେ ଧଳା ରଙ୍ଗକୁ ଅଧିକ ଧ୍ୟାନ ଦିଆଯାଇଥାଏ । ଏହା ବ୍ୟତୀତ ଏହା ଭଲ ଭାବେ ଦୃଶ୍ୟମାନ ହୋଇଥାଏ । ଅନ୍ଧାରରେ ମଧ୍ୟ ଏହି ରଙ୍ଗ ଭଲ ଭାବେ ଦେଖା ଯାଇଥାଏ । ଏହା ସହ ଆକାଶରେ କୌଣସି ହେବାକୁ ଥିବା ଦୃର୍ଘଟଣକୁ ମଧ୍ୟ କମ କରିଥାଏ । ଆପଣ ଏଥିରେ ଏକ କଥା ନୋଟିସ୍‌ କରିଥିବେ ଯେ ଏହା କେବେ ଫିକା ପଡେ ନାହିଁ । ଏହା ସବୁ ବେଳେ ଚମକୁ ଥାଏ । ସେଥିପାଇଁ ଧଳା କଲରକୁ ଲୋକମାନେ ଅଧିକ ପସନ୍ଦ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking