30.1 C
Bhubaneswar
Saturday, October 5, 2024
Homeଓଡିଶାଓଏଏସ୍‌‌ ସ୍ତରରେ ଅଦଳବଦଳ

ଓଏଏସ୍‌‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଓଏଏସ ଅଧିକାରୀ ସ୍ତରରେ ଗତକାଲି ବ୍ୟାପକ ବଦଳି କରାଯାଇଛି । ମୋଟ ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ୯ ଜଣ ଅଧିକାରୀଙ୍କୁ ପଞ୍ଚାୟତିରାଜ ବିଭାଗରୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ବ୍ୟାସନଗର ତହସିଲଦାର ଥିବା ଅଶୋକ କୁମାର ମାଝୀଙ୍କୁ କୋରେଇ ବିଡିଓ ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ଝାରବନ୍ଧ ବିଡିଓ ଭାବେ, କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କୁ ପାଇକମାଳ ବିଡିଓ, ଲକ୍ଷ୍ମୀପୁର ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଉମରକୋଟ ବିଡିଓ ଭାବେ ବଦଳି କରାଯାଇଛି ।

ତାଲିକାରେ ମୋଟ ୪୨ ଜଣଙ୍କ ନାମ ରହିଛି । ଅନ୍ୟପକ୍ଷରେ ବଙ୍ଗମୁଣ୍ଡା ବିଡିଓ ବାବେ କାର୍ଯ୍ୟରତ ରିପୁନାଥ ସୁନାଙ୍କୁ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି ସୋହେଲା ବିଡିଓ ବିଶ୍ୱ ରଞ୍ଜନ କରଙ୍କୁ ଆନନ୍ଦପୁର ତହସିଲଦାର, ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ବିଶ୍ୱ ରଞ୍ଜନ କରଙ୍କୁ ଛତ୍ରପୁର ତହସିଲଦାର, ଦିଗପହଣ୍ଡି ତହସିଲଦାର ସିପକ ପାତ୍ରଙ୍କୁ ବିଡିଏ ଲ୍ୟାଣ୍ଡ ଅଫିସର ଭାବେ ବଦଳି କରାଯାଇଛି । ସେହିପରି ବିଜେପୁର ଏନଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ରାଜେଶ ଏକ୍କାଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟେର ଭାବେ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking