30.1 C
Bhubaneswar
Saturday, October 5, 2024
Homeଖେଳବିଶ୍ବକପ୍‌ର ତୃତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଲା ବାଂଲାଦେଶ

ବିଶ୍ବକପ୍‌ର ତୃତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଶ୍ବକପ୍ ୨୦୨୩ ତୃତୀୟ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଇଲା। ଏହି ମୁକାବିଲାରେ ଆଫଗାନିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି ବାଂଲାଦେଶ ଏହର ପ୍ରଥମ ବିଜୟ ହାସଲ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୩୭ ଓଭରରେ ୧୫୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଜବାବରେ ବାଂଲାଦେଶ ୩୪ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରି ମ୍ୟାଚ୍ ହେତେଇଛି।
ବାଂଲାଦେଶ ଏହାର ପ୍ରଥମ ମ୍ୟାଚ୍ ବିଜୟରୁ ଆରମ୍ଭ କରିଛି। ଦଳର ଘାତକ ବୋଲିଂ ଆଜି ଆଜି ସଂଘାତିକ ବୋଲିଂ କରି ଜଣଙ୍କ ପରେ ଜଣେ ଆଫଗାନୀ ବ୍ୟାଟରଙ୍କ ୱିକେଟ୍ ନେଇଥିଲା। ବାଂଲାଦେଶ ପକ୍ଷରୁ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଥିଲେ କ୍ୟାପ୍ଟେନ୍ ଶାକିବ ଅଲ୍ ହସନ ଓ ମେହଦୀ ହସନ ମିରାଜ। ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଶରିଫୁଲ୍ ଇସ୍‌ଲାମ ୨ ୱିକେଟ୍, ତସ୍କିନ ଅହମଦ ଓ ମୁସ୍ତାଫିଜରୁ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଆଫଗାନିସ୍ତାନର ୧୫୭ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ବାଂଲାଦେଶ ମଧ୍ୟ ପ୍ରଥମ ୫ ଓଭରରେ ୱିକେଟ୍ ହରାଇଥିଲା। ୪.୧ ଓଭରରେ ଦଳର ପ୍ରଥମ ୱିକେଟ ପଡ଼ିଥିଲା। ତଞ୍ଜିନ ହସନ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ପୁଣି ୬.୪ ଓଭରରେ ଲିଟନ ଦାସଙ୍କ(୧୮ ବଲ ୧୩ ରନ୍)ର ୱିକେଟ୍ ଯାଇଥିଲା। ତେବେ ଦଳ ପକ୍ଷରୁ ନଜମୁଲ ହୁସେନ ସନ୍ତୋ ସର୍ବାଧିକ ୫୯ ରନ୍ କରିଥିବା ବେଳେ ମେହଦୀ ହସନ ମିରାଜ ୫୭ ରନ୍ କରିଥିଲେ। ଆଜି ମିରାଜ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବାଂଲାଦେଶ ବିଜୟ ସହଜ ହୋଇପାରିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking