26.1 C
Bhubaneswar
Monday, November 25, 2024
Homeଖେଳବ୍ୟାଡ୍‌ମିଣ୍ଟନ: ପ୍ରଣୟ ଜିତିଲେ ବ୍ରୋଞ୍ଜ; ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଭାରତକୁ ପ୍ରଥମ ପଦକ

ବ୍ୟାଡ୍‌ମିଣ୍ଟନ: ପ୍ରଣୟ ଜିତିଲେ ବ୍ରୋଞ୍ଜ; ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଭାରତକୁ ପ୍ରଥମ ପଦକ

ହାଙ୍ଗଝ: ଶ୍ରେଷ୍ଠ ଭାରତୀୟ ପୁରୁଷ ଶଟଲର ଏଚ୍‌ଏସ୍ ପ୍ରଣୟ ଚଳିତ ଏସିଆନ୍ ଗେମ୍ସର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ସିଙ୍ଗଲ୍ସ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଏହା ଭାରତର ପ୍ରଥମ ପଦକ । ଆହତ ସମସ୍ୟା ରହିଥିଲେ ମଧ୍ୟ ପ୍ରଣୟ ଏସିଆଡ୍‌ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ । ୱାର୍ଲ୍ଡ ର‌୍ୟାଙ୍କିଙ୍ଗରେ ସପ୍ତମ ସ୍ଥାନରେ ରହିଥିବା ପ୍ରଣୟଙ୍କ ମୁକାବିଲା ସେମିଫାଇନାଲରେ ଅଷ୍ଟମ ସିଡ୍ ତଥା ଘରୋଇ ତାରକା ଲି ଶି ଫେଙ୍ଗଙ୍କ ସହ ହୋଇଥିଲା । ଅଲ୍ ଇଂଲଣ୍ଡ ଚାମ୍ପିଅନ୍ ଲି ଶି ଫେଙ୍ଗ ଏହି ମୁକାବିଲଶକୁ ସହଜରେ ଜିତିଥିଲେ ।

ଦୀର୍ଘ ୫୧ ମିନିଟ୍ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମ୍ୟାଚକୁ ପ୍ରଣୟ ୧୬-୨୧ ଓ ୯-୨୧ରେ ହାରି ବ୍ରୋଞ୍ଜରେ ସନ୍ତୁଷ୍ଟ ରହିଥିଲେ । ଶେଷଥର ପାଇଁ ୧୯୮୨ରେ ନୂଆଦିଲ୍ଲୀ ଏସିଆଡ୍‌ରେ ଭାରତର ସୟଦ ମୋଦୀ ସିଙ୍ଗଲ୍ସ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଣୟଙ୍କ ପଦକ ଏବେ ଭାରତର ଦ୍ୱିତୀୟ ପଦକ । ଗତ ସପ୍ତାହରେ ରୌପ୍ୟ ପଦକ ବିଜେତା ଭାରତୀୟ ପୁରୁଷ ଦଳରେ ମଧ୍ୟ ପ୍ରଣୟ ସାମିଲ ଥିଲେ । ଥିରୁଅନନ୍ତପୁରମର ୩୧ ବର୍ଷୀୟ ଏହି ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ସେଟ୍‌ର ମଝିରେ ହାରିଯାଇଥିଲେ । ପ୍ରଣୟ ୩-୧ରେ ଆଗୁଆ ରହିଥିଲେ । ଲି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚେଷ୍ଟା କରି ୫-୫ରେ ସମତା ଆଣିଥିଲେ । ଏହା ପରେ ଭାରତୀୟ ଖେଳାଳି ୮-୫ରେ ଆଗୁଆ ହୋଇଯାଇଥିଲେ । ଲି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଏହାକୁ ୧୦-୧୦ କରିଥିଲେ । ପରେ ପିଠି ଯନ୍ତ୍ରଣା ପ୍ରଣୟଙଘ୍‌କ ପ୍ରଦର୍ଶନରେ ବ୍ୟାଘାତ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking