19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି; ସରକାରୀ ଚାକିରୀରେ ମହିଳାଙ୍କୁ ୩୫% ସଂରକ୍ଷଣ

ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି; ସରକାରୀ ଚାକିରୀରେ ମହିଳାଙ୍କୁ ୩୫% ସଂରକ୍ଷଣ

ଭୋପାଳ: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେବଳ ବନ ବିଭାଗକୁ ବାଦଦେଇ ଏଣିକି ସମସ୍ତ ସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୩୫ ପ୍ରତିଶତ ଆସନ ସଂରକ୍ଷିତ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ମଧ୍ୟପ୍ରଦେଶ ସିଭିଲ ସର୍ଭିସ (ମହିଳାଙ୍କ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୧୯୯୭ରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯାଇଛି । ପୂର୍ବରୁ ପୁଲିସ ବିଭାଗରେ ୩୫ ପ୍ରତିଶତ ଏବଂ ଶିକ୍ଷା ବିଭାଗରେ ୫୦ ପ୍ରତିଶତ ଚାକିରୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଘୋଷଣା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking