32.1 C
Bhubaneswar
Friday, October 18, 2024
Homeଅପରାଧପୁରୀରୁ ଫେରାର୍ ଥିଲେ ବାଲେଶ୍ୱରରୁ ବନ୍ଧା ହେଲେ ପ୍ରେମିକ

ପୁରୀରୁ ଫେରାର୍ ଥିଲେ ବାଲେଶ୍ୱରରୁ ବନ୍ଧା ହେଲେ ପ୍ରେମିକ

ଭୁବନେଶ୍ୱର:  ପଶ୍ଚିମବଙ୍ଗରେ ହେଲା ପ୍ରେମ । ପୁରୀରୁ ଫେରାର ଥିଲେ ପ୍ରେମିକ । ଆଉ ବାଲେଶ୍ୱରରେ ହାତରେ ପଡିଲା କଡି । ଏମିତି ଗିରଫ କଲା ପୋଲିସ । ପଶ୍ଚିମବଙ୍ଗରେ  ନାବାଳିକାକୁ କରିଥିଲା ପ୍ରେମ । ପୁରୀ ଆସି ନାବାଳିକାକୁ ନେଇ ଚମ୍ପଟ ମାରିଲା । ହେଲେ ବାଲେଶ୍ୱରରୁ ବାନ୍ଧିଲା ପୁରୀ ଟାଉନ୍ ଥାନା ପୁଲିସ । ଶେଷରେ ପୋକ୍‌ସୋ ଆକ୍ଟରେ ଫସିଛି ପ୍ରେମିକ । ଏଭଳି ଏକ ଘଟଣା ପୁରୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ପୁରୁଲିଆର ବିଷ୍ଣୁ  କୁମାର ସିଂହ (୨୬) ।
ପୁଲିସ କହିଛି ଯେ, ପୁରୁଲିଆର  ଜଣେ ନାବାଳିକାକୁ ବିଷ୍ଣୁ ପ୍ରେମ କରୁଥିଲା । ଇନ୍‌ଷ୍ଟାଗ୍ରାମ୍‌ରୁ  ଉଭୟଙ୍କ ପ୍ରେମ ହୋଇଥିଲା । ଏହା ଜାଣିବା ପରେ  ନାବାଳିକା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ ବାପା ।  ହେଲେ ମା’ଙ୍କ ମୋବାଇଲ୍‌ରେ ମେସେଜ୍ କରି ପ୍ରେମିକ  ସହ କଥା ହେଉଥିଲା ନାବାଳିକା । ବାପା ମା’ଙ୍କ ସହ ନାବାଳିକା ପୁରୀ ବୁଲିବାକୁ ଆସିଥିଲା । ସେମାନଙ୍କୁ  ପିଛା କରି ବିଷ୍ଣୁ ମଧ୍ୟ ପୁରୀ ଆସିଥିଲା । ୨ ତାରିଖ  ରାତିରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦୋଳମଣ୍ଡପ ସାହି ଦେଇ ସମୁଦ୍ର କୂଳ ଆଡ଼କୁ  ନାବାଳିକା ଓ ତା’ ବାପାମା’ ଫେରୁଥିଲେ । ସେମାନଙ୍କ  ପାଖାପାଖି ଥିଲା ବିଷ୍ଣୁ ।
ଦୋଳମଣ୍ଡପ ସାହିରେ ମା’  ଥକାମାରି ବସିଯିବାବେଳେ ବାପାଙ୍କୁ କିଛି ଖାଦ୍ୟ ଆଣିବାକୁ  ଦୂରକୁ ପଠାଇଥିଲା ନାବାଳିକା । ଏହାପରେ ବିଷ୍ଣୁ ସହ  ନାବାଳିକା ଜଣକ ଚମ୍ପଟ ମାରିଥିଲା । ଝିଅ ନିଖୋଜ  ହୋଇଥିବା ନେଇ ରାତି ୯ଟାରେ ଟାଉନ୍ ଥାନାରେ ଏତଲା  ଦେଇଥିଲେ ନାବାଳିକାର ବାପା । ପୁଲିସ ତଦନ୍ତ କରି ବାଲେଶ୍ୱର ରେଳ ଷ୍ଟେସନ୍‌ରୁ ପେମୀ ଯୁଗଳଙ୍କୁ ଉଦ୍ଧାର  କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking