ନୂଆଦିଲ୍ଲୀ: ଏାର ଇଣ୍ଡିଆ ଟିକେଟ ବୁକିଂ ଠକେଇ ମାମଲାର ବଡ ଖୁଲାସା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହରିୟାଣାର ଗୁରୁଗ୍ରାମରେ ପୋଲିସ ଏକ ଅଭିଯୁକ୍ତକୁ ଗିରଫ କରି ଠକେଇର ଏକ ବଡ ମାମଲା ଖୁଲାସା କରି ଏକ ଅଭିଯୁକ୍ତକୁ ଗିରଫ କରିଛି। ସେ ଏକ କଲ ସେଣ୍ଟରର ଜଣେ କର୍ମଚାରୀ, ଯିଏ ଅତି ଚତୁରତାର ସହ ଏୟାର ଇଣ୍ଡିଆ ଟିକେଟ ବୁକିଂ ନାମରେ ଠକେଇ କରିଥିଲା ଏବଂ ଏଥିରୁ ଏକାଠି କରିଥିବା ୧ କୋଟି ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏହି ପୁରା ଠକେଇ ୨୦୨୧ ମସିହାରେ କରାଯାଇଥିଲା, ଯାହାର ଅଭିଯୋଗ ଏୟାର ଟିକେଟ ବୁକିଂ ସେବା ଦେଉଥିବା କମ୍ପାନୀ କରିଥିଲା। ଏୟାର ଇଣ୍ଡିଆକୁ ଟିକେଟ ବୁକିଂ ଓ କଷ୍ଟମର ସର୍ଭସ ଦେଉଥିବା ଏକ ପ୍ରାଇଭେଟ କମ୍ପାନୀର କର୍ମଚାରୀ ଟିକେଟ ବୁକିଂ ଜରିଆରେ ଆସିଥିବା ପ୍ରାୟ ୧କୋଟି ଟଙ୍କା ନିଜ ଖାତାକୁ ଟ୍ରାନ୍ସଫର କରିଥିଲା। ୨୦୨୧ରେ ହୋଇଥିବା ଏହି ଠକେଇ ଅଭିଯୋଗ ଗୁରୁଗ୍ରାମର ସାଇବର କ୍ରାଇମ୍ ପୋଲିସରେ ଆଇଜିଟି ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ବାରା କରାଯାଇଥିଲା। କମ୍ପାନୀର ମ୍ୟାନେଜର ଦ୍ବାରା ଦିଆଯାଇଥିବା ଅଭିଯୋଗରେ କୁହାଯାଇଥିଲା ଯେ, କିଛି ଟ୍ରାଭେଲ ଏଜେଣ୍ଟ ମିଶି ତାଙ୍କ କମ୍ପାନୀର ୟୁଜର ଆଇଡି ଓ ପାସଓ୍ବାର୍ଡର ବ୍ୟବହାର କରି ଠକେଇ କରିଥିଲା।