ଭୁବନେଶ୍ୱର: ଛାତ୍ରମାନେ ଆଗକୁ ବଢ଼ । ସର୍ବଶ୍ରେଷ୍ଠ ଟେକ୍ନୋ୍ନଲୋଜି ସହିତ ଜଡିତ ହୁଅ । ଏନେଇ ବିପିୟୁଟି ପକ୍ଷରୁ ଟେକ୍ କାର୍ନିଭାଲ-୨୦୨୩ ଉଦ୍ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଇଏମଏମଟି ଅଡିଟୋରିୟମ ଠାରେ ଉଦଘାଟନ କରିଛନ୍ତିି । ଏଥିରେ ଛାତ୍ର ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜି ଆମ ଭବିଷ୍ୟତର ମୂଳ ଲକ୍ଷ୍ୟ । ଆମର ଅଭିବୃଦ୍ଧି, ଉନ୍ନତି ସବୁକିଛି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ । ତେଣୁ ଆମେ ନିଜକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଜଡିତ ରଖିବା ଏବଂ ଆଗକୁ ବଢ଼ିବା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଟେକ୍ନୋଲେଜି ୟୁନିଭରସିଟି ଆମ ଦେଶର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ପ୍ରତିଷ୍ଠା ଅନୁଷ୍ଠାନ । ଏହା ଉଭୟ ରାଜ୍ୟ ଏବଂ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛି । ଏହା ସହ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଦକ୍ଷତା ଅର୍ଜନ କରିବା କ୍ଷେତ୍ରରେ, ନିଯୁକ୍ତି ଦେବା କ୍ଷେତ୍ରରେ ଓଡିଶା ବିଶ୍ୱ ଦରବାରରେ ବେଶ ପରିଚିତ ହେବା ସହ ବେଶ୍ ସଫଳତା ହାସଲ କରିଛି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି , ବିଶ୍ୱ ଦକ୍ଷତା କେନ୍ଦ୍ର ହେଉଛି , ଏକ ପ୍ରମୁଖ ଅନୁଷ୍ଠାନ, ବିଭିନ୍ନ ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଦକ୍ଷତା ତାଲିମ ପ୍ରଦାନ କରିଥାଏ । ଆମ ପିଲାମାନଙ୍କୁ ବିଶ୍ୱାବ୍ୟାପୀ ନିଯୁକ୍ତି ଦେବା କ୍ଷେତ୍ରରେ ଆମର ପ୍ରୟାସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି ।
ବିପିୟୁଟି ଟେକ କାର୍ନିଭାଲ ୨୦୨୩ରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଛାତ୍ରମାନଙ୍କୁ ବୈଷୟିକ, ସାଂସ୍କୃତିକ ଏବଂ କ୍ରୀଡା କ୍ଷେତ୍ରରେ ନିୟୋଜିତ କରିବା ପାଇଁ ଏହା ହେଉଛି ଏକ ମାଧ୍ୟମ । ଯେ, ଆମର ଛାତ୍ରମାନଙ୍କ କଠିନ ପରିଶ୍ରମ, ଆନ୍ତରିକତା ଏବଂ ଉତ୍ସର୍ଗୀକୃତତାକୁ ସ୍ୱୀକାର କରିବା ଏବଂ ପ୍ରଶଂସା କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ କ୍ୟାଲେଣ୍ଡର ଉଭେଣ୍ଟ ହୋଇ ଠିଆ ହେବ । ଆଉ ଏହି କାର୍ଯ୍ୟକ୍ରମ ପାଇଁ ଏକ ୱେବ ପୋର୍ଟାଲ ଏବଂ ପୋଷ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏହି କାର୍ଯକ୍ରମରେ ବର୍ତ୍ତମାନ ବୈଷିକ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ନେତୃତ୍ୱ ଏବେ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଥିବା ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି । ଏହା ସହ ବର୍ତ୍ତମାନ ରାଜ୍ୟର ଛାତ୍ରମାନେ ଗୁଣାତ୍ମକ ବୈଷୟିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟ ବାହାରୁ ମଧ୍ୟ ଛାତ୍ରମାନେ ଏଠାକୁ ପଢ଼ିବାକୁ ଆସୁଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାର ମୁଖ୍ୟ ସଚିବ ଉଷା ପାଢ଼ୀ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।
ବିପିୟୁଟି କୂଳପତି ପ୍ରଫେସିର ଅମୀୟ କୁମାର ରଥ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଶେଷରେ ନିଶି ପୁନମ ମିଂଜ ଧନ୍ୟବାଦ ଅର୍ପଣ କରିଥିଲେ ।