25.1 C
Bhubaneswar
Thursday, November 28, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ବନ୍ୟା ପରିସ୍ଥିତି, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ପଶ୍ଚିମବଙ୍ଗରେ ବନ୍ୟା ପରିସ୍ଥିତି, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ବନ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜରୁରୀକାଳିନ ବୈଠକ ଡାକି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି । ଯେହେତୁ ଗୋଡରେ ଆଘାତ ଲାଗିଛି । ତେବେ ଆଘାତ ଲାଗିବା ହେତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଘରେ ଅଛନ୍ତି । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବା ମାତ୍ରେ ସେ ଜରୁରି  ବୈଠକ କରିବା ସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ସେ ଘରେ  ଥିଲେ ମଧ୍ୟ ଦିନକୁ ୨୪ ଘଣ୍ଟା ସମସ୍ତ ପ୍ରଶାସନିକ କାର‌୍ୟ୍ୟ ପରିଚାଳନା କରିବେ ।  ବୁଧବାର ସକାଳେ ଅବିଶ୍ରାନ୍ତ ବର୍ଷା ହେବାରୁ ଉତ୍ତର ସିକ୍କିମ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇଗଲାଣି ।  ଜଳ ପ୍ରବାହ ହେତୁ ତିସ୍ତାର ଜଳ ସ୍ତର ପ୍ରତି ମୁହୂର୍ତ୍ତରେ  ୫-୨୦ ଫୁଟ ବୃଦ୍ଧି ପାଇଛି । ଯେଉଁଥିପାଇଁ ଉତ୍ତରବଙ୍ଗର  ତିସ୍ତା ପଡୋଶୀ ଜିଲ୍ଲାମାନଙ୍କରେ ବିପଦ ପଡିପାରେ  ବୋଲି ଆଶଙ୍କା କରାଯାଉଛି ।
ସେପଟେ କ୍ରମାଗତ ବର୍ଷା  ଲାଗି ରହିବା ହେତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳ  ଜମା ହେବା ଆରମ୍ଭ କରିଛି । ବନ୍ଧକୁ ବଞ୍ଚାଇବା ପାଇଁ  ଡିଭିସି ଜଳ ଛାଡିଛି । ଆଗାମୀ କିଛି ଦିନ ମଧ୍ୟରେ ଅଧିକ  ଜଳ ଛାଡିବାର ସମ୍ଭାବନା ଅଛି ବୋଲି ଡିଭିସି ପକ୍ଷରୁ  ସୂଚନା ଦିଆଯାଇଛି । ଫଳସ୍ୱରୂପ ରାଜ୍ୟର ସାତ/ଆଠଟି  ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଆଶଙ୍କା ବୃଦ୍ଧି ପାଇଛି ।  ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବୁଧବାର  ଅପରାହ୍ନରେ ଏକ ଜରୁରି ବୈଠକ କରିଥିଲେ । ତେବେ  ଗୋଡ଼ରେ ଆଘାତ ଲାଗିଥିବାରୁ ସେ କାଳିଘାଟସ୍ଥିତ  ତାଙ୍କ ଘରୁ ଏହି ସଭା କରିଥିଲେ ମମତା । ରାଜ୍ୟ ମୁଖ୍ୟ  ଶାସନ ସଚିବ ହରିକୃଷ୍ଣ ଦ୍ୱିବେଦୀ ଏବଂ ମୁଖ୍ୟମନ୍ତ୍ରୀଙ୍କ  ସ୍ୱତନ୍ତ୍ର ଉପଦେଷ୍ଟା ଆଲାପନ୍ ବାନାର୍ଜୀ ଏବଂ ନବାନ୍ନର  ଅନ୍ୟ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ ସହ  ଫୋନ୍ ଯୋଗେ ଯୋଗାଯୋଗରେ ଥିଲେ । ସେଠାରେ  ମୁଖ୍ୟମନ୍ତ୍ରୀ ତାଙ୍କ ସଚିବମାନଙ୍କୁ ସମସ୍ତ ଆବଶ୍ୟକୀୟ  ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking