ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ମହିଳାଙ୍କୁ ସରକାରୀ ଚାକିରିରେ ମିଳିବ ୩୫ ପ୍ରତିଶତ ସ୍ଥାନ । ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କ ସରକାର ମହିଳାଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛି । ବନ ବିଭାଗକୁ ବାଦ୍ ଦେଲେ ସମସ୍ତ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ୩୫ ପ୍ରତିଶତ ସଂକ୍ଷଣ ଦିଆଯିବ ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଘୋଷଣା ପରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ନିଷ୍ପତ୍ତି ଅନୁସାରେ, ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ମିଳିବ । ଏଥିପାଇଁ ମଧ୍ୟପ୍ରଦେଶ ସିବିଲ୍ ସେବା ନିୟମ ୧୯୯୭ରେ ସଂଶୋଧନ କରାଯାଇଛି । ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ଲାଗି ସରକାରଙ୍କ ଏହା ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।