19.1 C
Bhubaneswar
Sunday, November 24, 2024
Homeଓଡିଶାଉଜ୍ଜ୍ୱଳା ଯୋଜନାରେ ପୁଣି ୧୦୦ ଟଙ୍କା ସବ୍‌ସିଡି; ଏଣିକି ୬୦୩ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନାରେ ପୁଣି ୧୦୦ ଟଙ୍କା ସବ୍‌ସିଡି; ଏଣିକି ୬୦୩ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ହିତାଧିକାରୀଙ୍କୁ ମିଳୁଥିବା ସବ୍‌ସିଡିକୁ ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ମାର୍କେଟ ମୂଲ୍ୟ ୯୦୩ ଟଙ୍କା ଥିବାବେଳେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନେ ବର୍ତ୍ତମାନ ୧୪.୨ କିଲୋ ଓଜନ ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ୭୦୩ ଟଙ୍କାରେ ପାଉଛନ୍ତି । ବର୍ତ୍ତମାନ ଆଉ ୧୦୦ ଟଙ୍କାର ସବ୍‌ସିଡି ଘୋଷଣା ପରେ ସେମାନଙ୍କୁ ୬୦୩ ଟଙ୍କାରେ ସିଲିଣ୍ଡର ମିଳିବ ବୋଲି ଜଣାପଡିଛି ।

ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୭୬୮୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମେ’ ୧ରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ଦାରିଦ୍ର‌୍ୟ ସୀମାତଳେ ବାସ କରୁଥିବା ବିପିଏଲ ପରିବାର କିଭଳି ଶସ୍ତାରେ ରନ୍ଧନ ଗ୍ୟାସ୍ ପାଇପାରିବେ, ସେହି ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ୨୦୨୩-୨୪ରୁ ୨୦୨୫-୨୬ ଆର୍ôଥକବର୍ଷରେ ଆଉ ୭୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking