23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୪ ଦିନ ଛୁଟି ପରେ ବାଙ୍ଗାଲୁରୁରେ ଟ୍ରାଫିକ ଜାମ

୪ ଦିନ ଛୁଟି ପରେ ବାଙ୍ଗାଲୁରୁରେ ଟ୍ରାଫିକ ଜାମ

ନୂଆଦିଲ୍ଲୀ: ୪ଦିନ ଛୁଟି ପରେ ବାଙ୍ଗାଲୁରୁରେ ଏବେ ସ୍ୱାଭାବିକ ହୋଇଛି ସ୍ଥିତି । ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ଟ୍ରାଫିକ ଜାମ୍ ହେବାକୁ ଯୋଗୁଁ ୧ କିମି ରାସ୍ତା ଯିବାକୁ ୨ ଘଣ୍ଟା ସମୟ ଲାଗିଥିବା ବେଳେ ସ୍କୁଲ ପିଲାମାନେ ରାତି ୯ଟାରେ ଘରକୁ ଫେରିଥିଲେ । ଆଉ ଏବେ ପୁଣି ୫ ଦିନିଆ ଛୁଟି ସରିବା ପରେ ସମାନ ଟ୍ରାଫିକ ଜାମ୍ ଦେଖାଦେଇଛି । ବେଙ୍ଗାଲୁରୁ ନନ୍ଦୀ ହିଲ୍ସ ନିକଟରେ ଟ୍ରାଫିକ ସଂପୂର୍ଣ୍ଣ ଜାମ୍ ରହିଛି । ବେଙ୍ଗାଲୁରୁ ନନ୍ଦୀ ହିଲ୍ସ ନିକଟରେ ଟ୍ରାଫିକ ସଂପୂର୍ଣ୍ଣ ଜାମ୍ ରହିଥିବାବେଳେ ନନ୍ଦୀ ହିଲ୍ସ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ଓ୍ଵିକେଣ୍ଡ ଛୁଟିରେ ଚାଲିଆସନ୍ତି ପର‌୍ୟ୍ୟଟକ । ଆଉ ବେଙ୍ଗାଲୁରୁରେ ୫ ଦିନ ଛୁଟି ଥିବା ବେଳେ ଅଧିକାଂଶ ଲୋକେ ଏଠାକୁ ବୁଲିବାକୁ ଚାଲିଯାଇଥିଲେ । ଏବେ ଫେରିବା ବେଳକୁ ମଧ୍ୟ ଟ୍ରାଫିକ ଜାମ ହୋଇ ପଡିଛି । ଲୋକେ ଏଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking