28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଚାଷ କ୍ଷେତରେ ଲ୍ୟାଣ୍ଡିଂ କଲା ବାୟୁସେନା ହେଲିକପ୍ଟର

ଚାଷ କ୍ଷେତରେ ଲ୍ୟାଣ୍ଡିଂ କଲା ବାୟୁସେନା ହେଲିକପ୍ଟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ରବିବାର ସକାଳେ ଏକ ସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଏଥିରେ ୬ ଜଣ ଯବାନ ଥିଲେ। ମିଳିଥିବା ସୂଚନା ମୁତାବକ, ହେଲିକପ୍ଟରରେ କିଛି ଟେକ୍ନିକାଲ୍ ତ୍ରୁଟି ଦେଖାଯାଇଥିଲା। ଫଳରେ ଏହାକୁ ବେରସିଆର ଡେଙ୍ଗୁରିଆ ଗାଁରେ ଥିବା ଏକ ଚାଷଜମିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥିଲା। ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି ବାୟୁସେନାର ଏହି ହେଲିକପ୍ଟର । ଜରୁରୀକାଳୀନ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ୬ ଜଣ ଯବାନ ରହିଥିଲେ ।

ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ଡୁଙ୍ଗରିଆ ଗ୍ରାମର ଡ୍ୟାମ ନିକଟରେ ଥିବା କ୍ଷେତରେ ଲ୍ୟାଣ୍ଡିଂ କରିଥିଲା । ହେଲିକପ୍ଟର ଦୀର୍ଘ ସମୟ ଡ୍ୟାମ ଉପରେ ଘୂରି ବୁଲିବା ପରେ ଏଠାରେ ଲ୍ୟାଣ୍ଡିଂ କରିଥିଲା । ବାୟୁସେନାର ସୂଚନା ମୁତାବକ, ବାୟୁସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର ଭୋପାଳ ଠାରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking