30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1

ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1

ନୂଆଦିଲ୍ଲୀ:ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-L1କୁ ନେଇ ଆସିଲା ବଡ଼ ଅପଡେଟ୍। ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1। ଏହା ଉପରେ ଆଉ ପୃଥିବୀର ଚୁମ୍ବକୀୟ ଶକ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ । ଏବେ ଏହି ସ୍ପେଶକ୍ରାଫ୍ଟ ପୃଥିବୀ ଠାରୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ମଙ୍ଗଳୟାନ ପରେ ଦ୍ୱିତୀୟ ଥର ପାଇଁ କୌଣସି ମହାକାଶଯାନକୁ ପୁଥିବୀର ସ୍ଫିୟର୍ ଅଫ୍ ଇନଫ୍ଲୁଏନ୍ସ ବା ମାଧ୍ୟାକର୍ଷଣ ବଳୟରୁ ମୁକ୍ତ କରିବାରେ ସଫଳ ହୋଇଛି ଇସ୍ରୋ ।

ଗତ ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଦିତ୍ୟ-L1ର ଉତକ୍ଷେପଣ ହୋଇଥିଲା । ଏବେ ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଞ୍ଜ ପଏଣ୍ଟ L1 ଆଡ଼କୁ ଆଗେଇ ଚାଲିଛି । ଅର୍ଥାତ୍ ୨୮ ଦିନରେ ଏହା ଅଧାରୁ ଅଧିକ ଅର୍ଥାତ୍ ପ୍ରାୟ ୬୦ ପ୍ରତିଶତ ବାଟ ଅତିକ୍ରମ କରିସାରିଲାଣି । ସମ୍ଭବତଃ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ଏହା L1 ପଏଣ୍ଟରେ ଅବସ୍ଥାପିତ ହେବ ଏବଂ ସୂର୍ଯ୍ୟ ସଂପର୍କିତ ଅନେକ ନୂଆ ତଥ୍ୟ ସଂଗ୍ରହ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking