25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ରୋଜଗାର ମେଳାର ନବମ ସଂସ୍କରଣରେ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ୪୬ଟି ସ୍ଥାନରେ ଆୟୋଜିତ ହୋଇଥିବା ହୋଇଥିବା ଏହି ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଯୁବକଯୁବତୀଙ୍କୁ ବିଭିନ୍ନ ବିଭାଗରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ଦିଆଯାଇଛି । ନୂଆଦିଲ୍ଲୀର ରାଇସିନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।କେନ୍ଦ୍ର ସରକାରଙ୍କ ନିଯୁକ୍ତି ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ । ଭାରତର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଆଗାମୀ ଦିନରେ ଯୁବକ ଯୁବତୀଙ୍କ ପାଇଁ ଅନେକ ବଡ଼ ସୁଯୋଗ ଆସିବ ବୋଲି କହିଛନ୍ତି ମୋଦି। ସୂଚନା ଅନୁସାରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ହୋଇଥିବା ୮ଟି ନିଯୁକ୍ତି ମେଳାରେ ୫.୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ତେବେ ଆଜି ହୋଇଥିବା ନିଯୁକ୍ତି ମେଳାରେ ଆଉ ୫୧ ହଜାର ଚାକିରି ଆଶାୟୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking