28.1 C
Bhubaneswar
Sunday, November 24, 2024
Homeଓଡିଶାସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା

ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର: ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା । ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ୭ ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଭେଂଟିଲେଟରରେ ଅଛନ୍ତି । ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଶାନ୍ତିଲତା ବାରିକଙ୍କ ନାମ ଅତି ପରିଚିତ ।

ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ଯେଉଁ ସଙ୍ଗୀତ ପରିବେଶଣ କରନ୍ତି ତାହା ଶ୍ରୋତାଙ୍କ ମନରେ ଭକ୍ତି ସମର୍ପଣ ଭରିଦିଏ । ସେ ନିଜ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥଙ୍କ ସହ ଜନମାନସକୁ ଯୋଡ଼ିବାକୁ ଚେଷ୍ଟା କରନ୍ତି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ତାଙ୍କ ମୃତ୍ୟୁ ଖବର ଗୁଜବ ବୋଲି କହିଛନ୍ତି ଶାନ୍ତିଲତା କଲଚରାଲ ଟ୍ରଷ୍ଟ ସଦସ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking