26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଚନ୍ଦ୍ରବାବୁଙ୍କ ରିମାଣ୍ଡ୍ ଦୁଇଦିନ ବୃଦ୍ଧି

ଚନ୍ଦ୍ରବାବୁଙ୍କ ରିମାଣ୍ଡ୍ ଦୁଇଦିନ ବୃଦ୍ଧି

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟ କୌଶଳ ବିଭାଗ ନିଗମର କଥିତ ଘୋଟାଲା ମାମଲାରେ ଆଣ୍ଟି କରପ୍‌ସନ୍ ବ୍ୟୁରୋ (ଏସିବି) କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରିମାଣ୍ଡ୍ ଅବଧି ଦୁଇଦିନ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଏହା ପୂର୍ବରୁ ତାଙ୍କୁ ଗିରଫ କରାଯିବା ପରେ ରାଜମହେନ୍ଦ୍ରୀ ସେଣ୍ଟ୍ରାଲ୍ ଜେଲ୍ ପଠାଯାଇଥିଲା । ମାମଲାର ତଦନ୍ତ କରୁଥିବା ରାଜ୍ୟ ସିଆଇଡି ପକ୍ଷରୁ ରୁଜୁ ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ କଥିତ ଘୋଟାଲା ମାମଲାର ତଦନ୍ତ କରୁଛି । ସେପଟେ ରାଜ୍ୟ ବିଧାନସଭା ଅଧିବେଶନରେ ତାଙ୍କ ଦଳ ପ୍ରତିବାଦ ସହିତ ବ୍ୟାଘାତ ସୃଷ୍ଟି କରିବାରୁ ବିଧାନସଭାକୁ ମୁଲତବୀ ରଖାଯାଇଛି । ସୂଚନାଯୋଗ୍ୟ, ଆଜି ଶୁଣାଣି ନିମନ୍ତେ ନାଇଡ଼ୁ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking