34.1 C
Bhubaneswar
Friday, September 20, 2024
Homeଓଡିଶାକଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ : କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ୍ । ଗତ ୬ ତାରିଖରେ ଅଳଙ୍କାର ବ୍ୟବସାୟୀ ବିକାଶ ପାତ୍ର ନିଜର ଦୁଇ ଚକିଆ ଗାଡିରେ ମତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ଯାଉଥିବା ସମୟରେ ୩ଟି ବାଇକରେ ୬ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ଡକାୟତମାନେ ମତଗଜପୁର ରେଳଫାଟକ ପାର ହେବା ପରେ ବିକାଶ ଚଳାଉଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ ।

ବିକାଶ ତଳେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ବାଇକ ଡିକି ଭାଙ୍ଗି ସେଥିରେ ଥିବା ୩୧ ଗ୍ରାମର ସୁନା ଓ ୧୮ଶହ ଗ୍ରାମର ରୁପା ଅଳଙ୍କାର ସହ ନଗଦ ୨୫ ହଜାର ଟଙ୍କା ଲୁଟ କରି ନେଇଥିଲେ । ବିକାଶ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ଫାୟାରିଂ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଙ୍ଗୁ ଓରଫ୍ ମନୋଜ ମହାରଣାକୁ ଗତ ଶୁକ୍ରବାର ରାତିରେ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ୍ । ଉତ୍ତମାପୁର ଅଞ୍ଚଳରେ ପୋଲିସ୍ ସହିତ ଗୁଳି ବିନିୟମ ପରେ ଧରାପଡିଥିଲା ମଙ୍ଗୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking