27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର...

ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ

ଭୁବନେଶ୍ୱର : ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ | ତେବେ ଏହି ଗଗନଯାନ ପ୍ରୋଜେକ୍ଟ ପାଇଁ ଓଡ଼ିଶାର ଅବଦାନ ଅନେକ ଗୁରୁତ୍ୱପୂର୍ଣ୍ଣ | ଗଗନଯାନରେ ଲାଗିବ ରାଜଧାନୀ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ନିର୍ମାଣ ହୋଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ | ଗଗନଯାନ ପ୍ରୋଜେକ୍ଟ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ | ଏହି ସିଟିଟିସିରେ ନିର୍ମାଣ ହେଉଛି ପାଖାପାଖି ୧୨୫୦୦ ଛୋଟରୁ ବଡ଼ ଯନ୍ତ୍ରାଂଶ | ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଥିବା କହିଛନ୍ତି ସିଟିଟିସି ଜେନେରାଲ ମ୍ୟାନେଜର |୨୦୧୪ ଓ ୨୦୧୮ ମସିହାରେ ଗଗନଯାନର କ୍ରିଉ ମଡେଲ ଟେଷ୍ଟିଂ ସଫଳତାର ସହ ହୋଇସାରିଛି | ତିନିଜଣ ଏୟାରଫୋର୍ସ ପାଇଲଟ ଗଗନଯାନରେ ଯାଇ ତିନି ଦିନ ରହି ସୁରକ୍ଷିତ ଭାବେ ଫେରିବେ | ସେମାନଙ୍କ ଟ୍ରେନିଂ ମଧ୍ୟ ଚାଲିଛି,ଗଗନଯାନ ପ୍ରୋଜେକ୍ଟ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି | ସିଟିଟିସି ଜିଏମ୍ ଏଲ୍ ରାଜଶେଖର କହିଛନ୍ତି ଯେ ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking