ବ୍ୟୁରୋ : ନୋଭାକ ଜୋକୋଭିକ ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି । ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ପ୍ରତିଶୋଧ ନେଇଛନ୍ତି । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ଏବଂ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତି ମାର୍ଗେଟ୍ କୋର୍ଟଙ୍କର ସର୍ବକାଳୀନ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଜୋକୋଭିକ୍ ଗୋଟିଏ ସିଜନରେ ଚାରିଥର ତିନୋଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି ।ମେଦଭେଦ୍ ୨୦୨୧ରେ ଫାଇନାଲରେ ଜୋକୋଭିକ୍ ଙ୍କୁ ସିଧା ସେଟରେ ହରାଇ ସର୍ବିଆର ଏହି ଖେଳାଳିଙ୍କୁ ୧୯୬୯ ରେ ରଡ୍ ଲେବରଙ୍କ ପରେ ଗୋଟିଏ ବର୍ଷରେ ସମସ୍ତ ଚାରି ଗ୍ରାଣ୍ଡସ୍ଲାମ ଜିତିବା ରେକର୍ଡରୁ ଦୂରେଇ ରଖିଥିଲେ । ଜୋକୋଭିଚ୍ ସେହି ମୁହୂର୍ତ୍ତରେ ପରାଜିତ ଅନୁଭବ କରିଥିଲେ । କିନ୍ତୁ ରବିବାର ଯେତେବେଳେ ସେ ଚାମ୍ପିଅନସିପ୍ ମ୍ୟାଚରେ ଲିଡ୍ ନେଲେ ସେ ସମୟରେ ମଧ୍ୟ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ ।ମେଦଭେଦ୍ ସେମିଫାଇନାଲରେ ୧୦ ରୁ ୧୨ ପ୍ରଦର୍ଶନ ସହିତ ଗତବର୍ଷର ଚାମ୍ପିଅନ କାର୍ଲୋସ୍ ଅଲକରାଜଙ୍କୁ ପରାସ୍ତ କରିଥିଲେ । କିନ୍ତୁ ସେ ଲଗାତାର ଜୋକୋଭିକ୍ ଙ୍କ ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଥିଲେ ।