20.1 C
Bhubaneswar
Tuesday, November 26, 2024
Homeଖେଳକ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ ଖେଳାଯିବ ଟି-୨୦ ଟୁର୍ଣ୍ଣାମେଣ୍ଟ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ ଖେଳାଯିବ ଟି-୨୦ ଟୁର୍ଣ୍ଣାମେଣ୍ଟ

ବ୍ୟୁରୋ : ଆସନ୍ତା ୧୫ ତାରିଖରୁ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ ଟି-୨୦ ଟୁର୍ଣ୍ଣାମେଣ୍ଟ। ବାରବାଟି ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ୍ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଣ୍ଟକୁ ବିସି ମେମୋରିଆଲ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଦୁଇଟି ଗ୍ରୁପ୍ ରେ ଖେଳିବେ ମୋଟ ୮ ଟି ଟିମ୍। ସେପ୍ଟେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଏହି ୮ଟି ଦଳ ହେଲେ ଆସାମ , ହିମାଚଳ ପ୍ରଦେଶ, କେରଳା , ହାଇଦ୍ରାବାଦ , ଝାଡ଼ଖଣ୍ଡ , ଛତିଶଗଡ଼ , ଓଡିଶା ଏ ଓ ଓଡିଶା ବି । ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ ରେ ଖେଳିଥିବା ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ମାସ ୨୨ ତାରିଖରେ ଖେଳାଯିବ। ସବୁଠାରୁ ବଡ କଥା ହେଲା ଦର୍ଶକମାନେ ମାଗଣାରେ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ଏହା ସହ ଖେଳର ସିଧାପ୍ରସାରଣ ଫ୍ୟାନ କୋଡ ଆପ୍ସ ମାଧ୍ୟମରେ ଦେଖିପାରିବେ। ପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ୍ କୁ ୫୦ ହଜାର ଟଙ୍କା ନଗଦ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking