29.1 C
Bhubaneswar
Tuesday, October 22, 2024
Homeଓଡିଶାଗୋପାଳପୁରରେ ସ୍ଥାପନ ହେବ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ପ୍ରକଳ୍ପ

ଗୋପାଳପୁରରେ ସ୍ଥାପନ ହେବ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ପ୍ରକଳ୍ପ

ଭୁବନେଶ୍ୱର : ସବୁଜ ଶକ୍ତି ଆଡ଼କୁ ଆଜି ଆଉ ପାଦେ ଅଗ୍ରସର ହୋଇଛି ଓଡ଼ିଶା। ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀ୍‌‌ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍‌‌ ସ୍ପେସିଆଲ ଇକୋନମିକ୍‌‌ ଜୋନ୍‌‌ ଲିମିଟେଡ୍‌‌ (ଟିଏସ୍‌‌ଏସ୍‌‌ଇଜେଡ୍‌‌ଏଲ୍‌‌)ଏବଂ ସମନ୍ବିତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପ୍‌‌ର ଗ୍ରୀନହାଇଡ୍ରୋଜେନ୍‌‌ ଶାଖା-ଆଭାଡା ଗ୍ରିନ୍‌‌ଏଚ୍‌‌୨ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌‌ଓୟୁ) ସ୍ୱାକ୍ଷର ହୋଇଛି।

ଏହି ବୁଝାମଣାପତ୍ର ଅନୁଯାୟୀ ଟିଏସ୍‌‌ଏସ୍‌‌ଇଜେଡ୍‌‌ଏଲ୍‌‌ର ଗୋପାଳପୁର ଶିଳ୍ପ ପାର୍କରେ ଆଭାଡା ଗ୍ରୁପ୍‌‌ ୧୨୦ ଏକର ଜମିରେ ୦.୫ ଏମ୍‌‌ଟିପିଏର ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌  ୟୁନିଟ୍‌‌ ସ୍ଥାପନ କରିବ। ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍‌‌ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଟିଏସ୍‌‌ଏସ୍‌‌ଇଜେଡ୍‌‌ଏଲ୍‌‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଆଭାଡା ଗ୍ରୁପ୍‌‌ର ସଭାପତି ପ୍ରଶାନ୍ତ ଚୌବେ ଏହି ବୁଝାମଣାପତ୍ର (ଏମ୍‌‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି ପାଇଁ ଉଭୟ ସଂସ୍ଥା ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ସବୁଜ ଇନ୍ଧନ କ୍ଷେତ୍ର ପାଇଁ ଓଡ଼ିଶା ବ୍ୟାପକ ଓ ମହତ୍ୱକାଂକ୍ଷୀ ରୋଡମ୍ୟାପ୍‌‌ ପ୍ରସ୍ତୁତ କରିଛି। ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ଆଜିର ଏମଓୟୁ ଅୟମାରମ୍ଭ ହୋଇଥିବା ବେଳେ ଏହାର ସଫଳତା ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ, ଆମୋନିଆ ପ୍ରକଳ୍ପ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ।

ସେହିପରି ଇପିକଲ୍‌‌ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ କହିଥିଲେ ଯେ ରାଜ୍ୟ ସରକାରଙ୍କ ସୁଦୃଢ଼ ଶିଳ୍ପନୀତି ଯୋଗୁଁ ଶିଳ୍ପ କ୍ଷେତ୍ରରେ ନିବେଶ କ୍ରମାଗତ ଭାବେ ବଢ଼଼ି ବଢ଼଼ି ଚାଲିଛି। ଶିଳ୍ପ ସହ ରାଜ୍ୟ ସରକାର ପରିବେଶକୁ ସମାନ ଗୁରୁତ୍ୱ ଦେଉଥିବା ବେଳେ ସମାନ ସମୟରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ଆମେ ଅଣପାରମ୍ପରିକ ଶକ୍ତି ଆଡ଼କୁ ଅଗ୍ରସର ହେଉଛୁ। ଶିଳ୍ପ କ୍ଷେତ୍ରରେ ଆମର ଦୀର୍ଘସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟ ଅନୁସାରେ ଟାଟା ଷ୍ଟିଲ୍‌‌ ଏସ୍‌‌ଇଜେଡ୍‌‌ ଓ ଆଭାଡା ଗ୍ରୁପ୍‌‌ ମଧ୍ୟରେ ଏହି ସହଯୋଗିତା ନୂତନ ନିବେଶ ପ୍ରତି ରାଜ୍ୟ ସରକାରଙ୍କ ସହଯୋଗିତାକୁ ଦର୍ଶାଉଛି। ଆମେ ଆଗକୁ ବଢ଼଼ୁଥିବା ବେଳେ ଏଭଳି ସହଯୋଗିତା ଏକ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ଆମ ପଥକୁ ଆଲୋକିତ କରିବ ବୋଲି ସେ କହିଛନ୍ତି। ଟାଟା ଷ୍ଟିଲ୍‌‌ ସ୍ପେସିଆଲ ଇକୋନମିକ୍‌‌ ଜୋନ୍‌‌ ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ କହିଥିଲେ ଯେ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ / ଆମୋନିଆ ଉତ୍ପାଦନ କ୍ଷେତ୍ରରେ ଏହା ଆମ ପାଇଁ ଦ୍ୱିତୀୟ ନିବେଶ। କାରଖାନା ସ୍ଥାପନ କରିବା ଲାଗି ଅନୁକୂଳ ପରିବେଶ ପ୍ରଦାନ କରୁଥିବାରୁ ଆମ ଶିଳ୍ପ ପାର୍କ ନିବେଶକମାନଙ୍କୁ ଆକୃଷ୍ଟ କରି ପାରିଛି। ପୁଞ୍ଜିନିବେଶ କ୍ଷେତ୍ରରେ ପ୍ରଗତିଶୀଳ ନୀତି ପାଇଁ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking